୨ ସପ୍ତାହ ମଧ୍ୟରେ ଭାରତରେ କରୋନା ପାଇଁ ଏହି ଭାକ୍‌ସିନ୍‌ର ପରୀକ୍ଷଣ ଆରମ୍ଭହେବ- ତିଆରି କରିଛି ଭାରତୀୟ କମ୍ପାନୀ ସିରମ୍‌ ଇନ୍‌ଷ୍ଟିଟ୍ୟୁଟ୍‌


ନୂଆଦିଲ୍ଲୀ ଏପ୍ରିସ ୨୩- ହାଇରିକ୍ସ କୋରନା ଆକ୍ରାନ୍ତଙ୍କ ଉପରେ ଭାରତରେ ଏବେ BCG vaccine ପରୀକ୍ଷଣା କରାଯିବ । ସିରମ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦର ପୁନେଓ୍ୱାଲା ଏହି ସୂଚନା ଦେଇଛନ୍ତି । ଏବେ କରୋନା ପାଇଁ ସେମିତି କିଛି ଫଳପ୍ରଦ ଚିକିତ୍ସା ବାହାରି ନାହିଁ । ଏଥିପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଏବଂ ଆଣ୍ଟି ଏଚ୍‌ଆଇଭି (ଏଡସ୍‌)ର ଔଷଧକୁ ବ୍ୟବହାର କରାଯାଉଛି । ବିସିଜି ଭ୍ୟାକ୍‌ସିନ୍‌ ଅଧିକ ଫଳପ୍ରଦ ହେଉଥିବା ଅନେକ ପରୀକ୍ଷଣରୁ ଜଣା ପଡିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଲେ କରୋନା ସହ ଲଢିବା ପାଇଁ ଏହା ସକ୍ଷମ ହେବ । ଏଥିପାଇଁ ମହାରାଷ୍ଟ୍ରରେ ଥିବା ହାଇ ରିକ୍ସ ୨୦୦୦ରୁ ୩୦୦୦ କରୋନା ଆକ୍ରାନ୍ତଙ୍କ ଉପରେ ଏହା ପରୀକ୍ଷଣ କରାଯିବ । ଏହି ପରୀକ୍ଷଣ ଫଳ ବାହାରିଲେ କମ୍ପାନୀ ୫୦ ଲକ୍ଷ ଟୀକା ତୁରନ୍ତ ତିଆରି କରିପାରିବ ବୋଲି କହିଛି ।

ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ଓ ଆଣ୍ଟି ଏଚ୍‌ଆଇଭି ଡ୍ରଗ୍ସଠାରୁ ବିସିଜି ଭ୍ୟାକ୍‌ସିନ୍‌ ସୁରକ୍ଷିତ । ଏଥିରେ ମୃତ୍ୟୁ ଆଶଙ୍କା ବହୁତ କମ୍‌ । ଭାରତରେ ଜନ୍ମ ବେଳେ ଶିଶୁମାନଙ୍କୁ ଏହି ଟୀକା ଦିଆଯାଇଥାଏ ।ଏହା ଅନେକ ରୋଗରୁ ଶିଶୁଙ୍କୁ ରକ୍ଷା କରେ । ୨ ସପ୍ତାହମଧ୍ୟରେ ଏହାର ପରୀକ୍ଷଣ ଆରମ୍ଭ ହେବ । ଏହା ଭାରତରେ କରୋନାର ପ୍ରଭାବକୁ ହ୍ରାସ କରିପାରୁଛି କି ନାହିଁ ତାହାର ପରୀକ୍ଷଣ କରାଯିବ । ଏହାକୁ ଇଟାଲୀ ଏବଂ ଆମେରିକାରେ ଆରମ୍ଭ କରାଯିବାର ଥିଲା । ମାତ୍ର ସେଠାରେ ଆର୍ଥିକ ସାହାଯ୍ୟ ମିଳି ନଥିଲା ।ଭାରତ ସରକାର ଏଥିପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ପାରନ୍ତି ବୋଲି ସିରମ୍‌ ଇଣ୍ଡିଆର ସିଇଓ ପୁନାଓ୍ୱାଲା କହିଛନ୍ତି ।

ମହାରାଷ୍ଟ୍ର ମୁଖ୍ୟତଃ ପୁନେରେ ଏହାର ପରୀକ୍ଷଣ ପ୍ରଥମେ ଆରମ୍ଭ କରାଯିବ । ସବୁଠାରୁ ଅଧିକ ବା ହାଇ ରିକ୍ସ ଥିବା ୨ ହଜାରରୁ ତିନି ହଜାର ଆକ୍ରାନ୍ତଙ୍କ ନିକଟରେ ଏହାର ପରୀକ୍ଷଣ କରାଯିବ । ଏଥିରେ ବୟସ୍କ ଲୋକ ଏହଂ ଅନ୍ୟ ଗୁରୁତର ରୋଗ ଥିବା ଲୋକଙ୍କୁ ବି ସାମିଲ କରାଯିବ । ସ୍ୱାସ୍ଥ୍ୟସେବା ଯୋଗାଇଁ ଦେଉଥିବା ଲୋକଙ୍କୁ ବି ଏଥିରେ ସାମିଲ କରାଯିବ । ଏଥିରେ ଭାକ୍‌ସିନ୍‌ ଦିଆଯାଇଥିବା ଓ ଭକ୍‌ସିନ୍‌ ଦିଆଯାଇ ନଥିବା ଲୋକଙ୍କ ଉପରେ ଗବେଷଣା କରାଯିବ ।

ପରୀକ୍ଷଣ ରିପୋର୍ଟ ସକାରାତ୍ମକ ବାହାରିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆମେରିକାର ଓ ବ୍ରିଟେନ୍‌ରେ କରାଯାଇଥିବା ଗବେଷଣା ଅନୁଯାୟୀ ୧୭୮ଟି ଦେଶର ମଧ୍ୟରୁ ଯେଉଁଠାରେ ବିସିଜି ଭାକ୍‌ସିନ୍‌ ଦିଆଯାଇଛି ସେହି ଦେଶମାନଙ୍କରେ କରୋନାର ଆତଙ୍କ କମ୍‌ । ଆମେରିକା ଓ ଇଟାଲୀରେ ବିସିଜି ଭାକ୍‌ସିନ୍‌ ଦିଆଯାଉ ନଥିବାରୁ ସେଠାରେ କରୋନା ପ୍ରକୋପ ଅଧିକ ଦେଖିବାକୁ ମିଳିଛି ।

ସିରମ୍‌ ଇଣ୍ଡିଆକୁ ବିଶ୍ୱର ଭାକ୍‌ସିନ୍‌ କିଙ୍ଗ କୁହାଯାଇଥାଏ । ଏହା ପୋଲିଓ, ଡିପ୍‌ଥେରିଆ, ଟିଟାନସ୍‌ ଓ ବିସିଜି ଭାକ୍‌ସିନ୍‌ ତିଆରି କରୁଛି । ବିଶ୍ୱର ୬୫ ପ୍ରତିଶତ ପିଲା ସିରମ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଗୋଟିଏ ଭାକ୍‌ସିନ୍‌ ଯେମିତି ହେଲେ ନେଇ ଥାଆନ୍ତି ବୋଲି କମ୍ପାନୀ ଦାବି କରିଛି ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଚିରସ୍ମରଣୀୟ ଦାସିଆ ଅଜା

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ