PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ହାତ ମିଳାଇଲା ଗେଟ୍ସ ଫାଉଣ୍ଡେସନ ଓ ଗାଭି ସହ – ଭାରତରେ କରୋନା ଟୀକା ମିଳିବ ୨୨୫ଟଙ୍କାରେ

www.ndtv.com

ବେଙ୍ଗାଲୁରୁ – କରୋନା ଟୀକା ନେଇ ଆଉ ପାଦେ ଆଗକୁ ଆଗେଇଲା  ସିରମ୍‌ ଇନଷ୍ଟିଚ୍ୟୁଟ୍‌ ( ଏସଆଇଆଇ) ।  ଏବେ ଏହା ପାର୍ଟନରସିପ୍‌ କରିଛି ଗାଭି ଓ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ । ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଶୁକ୍ରବାର ଦିନ କହିଛି କି ସେ ଭାରତ ତଥା ଅନ୍ୟ କମ୍‌ ଓ ମଧ୍ୟମ ଆୟ କରୁଥିବା ଦେଶ ପାଇଁ କୋଭିଡ୍‌-୧୯ ଟୀକାର ୧୦କୋଟି ଡୋଜ୍‌ ଉତ୍ପାଦନ କରିବ।  

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏକ ବୟାନରେ ଏହି ଅଂଶୀଦାର  ସିରମ୍‌ ଇନଷ୍ଟିଚ୍ୟୁଟ୍‌ର କରୋନା ଟୀକା ତିଆରିର କ୍ଷମତା ବଢ଼ାଇବାରେ ସାହାଯ୍ୟ କରିବା ପାଇଁ ଅଗ୍ରିମ ପୁଞ୍ଜି ପ୍ରଦାନ କରିବ । 

କମ୍ପାନୀ କହିଛି  ସେ ପ୍ରତି ଡୋଜ୍‌କୁ  ୩ ଡଲାର ଅର୍ଥାତ୍ ୨୨୫ ଟଙ୍କାର ଦାମ୍‌ରେ ବିକ୍ରି କରିବ ।  ଏହି ଅର୍ଥ ଏଷ୍ଟ୍ରଜେନେକା ଓ ନୋଭାଭାକ୍ସର ସମ୍ଭାବିତ ଟୀକାର ତିଆରିରେ ମଧ୍ୟ ସାହାଯ୍ୟ କରିବ । ଏହି ଦୁଇ କମ୍ପାନୀର ଟୀକା ଏବେ ପରୀକ୍ଷଣରେ ରହିଛି ।

ବିଲ୍‌ ଆଣ୍ଡ ମିଳିଣ୍ଡା ଗେଟ୍ସ ଫାଉଣ୍ଡେସନ ନିଜର  ନିବେଶ ଫଣ୍ଡ ମାଧ୍ୟମରେ ଗାଭିକୁ ୧୫ କୋଟି ଡଲାରର ରିକ୍ସ ଫ୍ରି ଅର୍ଥ ପ୍ରଦାନ କରିବ । ଯାହାର ଉପଯୋଗ ସମ୍ଭାବିତ ଟୀକାର ତିଆରିରେ ସିରମ ଇନଷ୍ଟିଚ୍ୟୁଟ୍‌ର ସମର୍ଥନ କରିବାରେ ଓ ଭବିଷ୍ୟତରେ କମ୍‌ ଓ ମଧ୍ୟମ ଆୟ କରୁଥିବା ଦେଶ ପାଇଁ ଟୀକାକୁ କିଣିବାରେ ନିୟୋଜିତ ହେବ ।

ସିରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ  ( ସିଇଓ) ଅଦାର ପୁନୱାଲା କହିଛନ୍ତି , କୋଭିଡ-୧୯ ବିରୁଦ୍ଧରେ ଆମର ଲଢେଇକୁ ଦୃଢ଼ କରିବାର ଚେଷ୍ଟାରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌  ଭାରତ ଓ ନିମ୍ନ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକ ପାଇଁ କୋଭିଡ୍‌ -୧୯ର ଟୀକା ୧୦ କୋଟି ଡୋଜ୍‌ ପ୍ରସ୍ତୁତ କରିବାକୁ ଗାଭି ତଥା ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ପାର୍ଟନରସିପ୍‌ କରିଛି ।  

ସମ୍ବନ୍ଧିତ ଖବର