ରାଫେଲ୍ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା; ପୁନର୍ବିଚାର ଆବେଦନ ଲାଗି ଲିକ୍ ହୋଇଥିବା ଦଲିଲ୍ ଗ୍ରହଣୀୟ: ସୁପ୍ରମିକୋର୍ଟ

ନୂଆଦିଳ୍ଲୀ ୧୦।୪: ରାଫେଲ୍ ରାଜିନାମା ସଂକ୍ରାନ୍ତରେ ଶୀର୍ଷ ଅଦାଳତ ଦେଇଥିବା ରାୟର ପୁନର୍ବିଚାର ନିମନ୍ତେ ହୋଇଥିବା ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର କରିଥିବା ଆପତ୍ତିକୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ବୁଧବାର ଦିନ ଖାରଜ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ସେ ଲିକ୍ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ଦଲିଲ୍ ମଧ୍ୟ ସମୀକ୍ଷା ନିମନ୍ତେ ଗ୍ରହଣୀୟ।

ସରକାର ଯୁକ୍ତି ବାଢ଼ିଥିଲେ ଯେ, ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅଧୀନରେ ଥିବା ତାଲିକା ଆଧାରରେ ପୁନର୍ବିଚାର ଆବେଦନ କରାଯାଇଥିବାରୁ ତାହାକୁ ଗ୍ରହଣ କରାଯିବା ଉଚିତ୍ ନୁହେଁ।

ପୂର୍ବ ରାୟରେ ସୁପ୍ରିମକୋର୍ଟ ରାଫେଲ ରାଜିନାମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ କ୍ଳିନ୍ ଚିଟ୍ ଦେଇଥିଲେ। ଉକ୍ତ ରାୟକୁ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ବିରୋଧରେ କେନ୍ଦ୍ର ସରକାର ପ୍ରାଥମିକ ଆପତ୍ତି ଉଠାଇଥିଲେ। ସର୍ବସମ୍ମତ ରାୟ ଶୁଣାଇ ଅଦାଲତ ଆଜି କେନ୍ଦ୍ରର ନିବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କି, ଅଦାଲତ ପୁଙ୍ଖାନୁପୁଙ୍ଖ ରାଫେଲ ସମୀକ୍ଷା ଆବେଦନଗୁଡ଼ିକର ଶୁଣାଣି କରିବ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା