ପାର୍ଟିରେ ଶେଷ ହୋଇଗଲା ମଦ, ସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ ଓ କୋମାକୁ ଚାଲିଗଲେ ଦୁଇଜଣ

ମସ୍କୋ,୨୨।୧୧: ନିଶାର ଅଭ୍ୟାସ କେତେ ଯେ ବିପଦଜନକ ହୋଇପାରେ ତାହାର ଉଦାହରଣ ରୁଷରେ ଦେଖିବାକୁ ମିଳିଛି। ଟାଟିନସ୍କି ଜିଲ୍ଲାର ତାମତୋର ଗାଁରେ ଏକ ପାର୍ଟି ଚାଲିଥିବା ବେଳେ ମଦ ଶେଷ ହୋଇଯିବା କାରଣରୁ ସେଠାକାର ଲୋକ ସାନିଟାଇଜର ପିଇ ଦେଇଥିଲେ। ସାନିଟାଇଜର ପିଇବା ପରେ ସେମାନେ ଯେତେବେଳେ ପାର୍ଟିକୁ ଆସିଥିଲେ ତାଙ୍କର ଦେହ ଖରାପ ହୋଇଯାଇଥିଲା। ପାର୍ଟିରେ ବେହୋଶ ହେଉଥିବା ଲୋକଙ୍କୁ କୌଣସି ପ୍ରକାର ହସ୍ପିଟାଲରେ ପହଁଞ୍ଚା ଯାଇଥିଲା। ଯେଉଁଠି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଛନ୍ତି।

ମିଳିଥିବା ଖବର ଅନୁସାରେ, ପାର୍ଟିରେ ସାମିଲ ହୋଇଥିବା ଲୋକ ଯେଉଁମାନେ ସାନିଟାଇଜର ପିଇଥିଲେ ତାଙ୍କ ଭିତରେ ୬୯% ମେଥାନଲ୍ ଥିଲା, ଯାହାକୁ ମହାମାରୀ ସମୟରେ ହାଣ୍ଡ ସାନିଟାଇଜର କ୍ଲିନର ଭାବରେ ବିକ୍ରି କରାଯାଉଥିଲା। ଡେଲିମେଲର ରିପୋର୍ଟ ଅନୁସାରେ, ରୁଷର ଟାଟିନସ୍କି ଜିଲ୍ଲାର ତୋମତୋର ଗାଁରେ ପାର୍ଟି ସମୟରେ ଏଭଳି ହଙ୍ଗାମା ହୋଇଥିଲା। ସେଠାରେ ଥିବା ଲୋକ ବେହୋଶ ହୋଇ ତଳେ ପଡି ଯାଇଥିଲେ।

କୁହାଯାଉଛି ଯେ, ଏହି ସବୁ ଲୋକ ପାର୍ଟିରେ ମଦ ମାଗୁଥିଲେ, କିନ୍ତୁ ମଦ ଶେଷ ହେଉଥିବା କାରଣରୁ କେହି ସାନିଟାଇଜର ବୋତଲ ନେଇକି ଆସିଥିଲେ ଓ ଲୋକମାନେ ତାକୁ ପିଇ ଦେଇଥିଲେ। ଦେହ ଖରାପ ହେବା କାରଣରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ସମୟରେ ଅନ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।  ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚିଥିବା ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଛି।