ଅସରାଏ ବର୍ଷାରେ ପୁଣି ବେହାଲ ହେଲା ସ୍ମାର୍ଟ ସିଟି, ଫଟୋରେ ଦେଖନ୍ତୁ ରାଜଧାନୀର ସ୍ଥିତି କିଭଳି ରହିଛି

ଭୁବନେଶ୍ବର ୨୩|୮: ସାଧରଣତଃ ନଦୀକୂଳିଆ ଅଞ୍ଚଳରେ ବର୍ଷା ଦିନରେ କିମ୍ବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଥାଏ । କିନ୍ତୁ ଅସରାଏ ବର୍ଷାରେ ସ୍ଥିତି ଏମିତି ଉପୁଜିଛି ଯେ ସହରରେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ବୁଡ଼ି ରହିବା ଦୃଶ୍ୟ ଆପଣ ଦେଖିବାକୁ ପାଇଛନ୍ତି । ତାହା ପୁଣି ରାଜ୍ୟର ରାଜଧାନୀ ସ୍ମାର୍ଟ ସିଟିରେ ।

ଅସରାଏ ବର୍ଷାରେ ପୁଣି ଥରେ ଭାସିଛି ଭୁବନେଶ୍ୱର । ଜନଗହଳିପୂର୍ଣ୍ଣ ଅଞ୍ଚଳ ନିକୋ ପାର୍କ, ଇସ୍କନ ସମ୍ମୁଖ ଏମିତି ଅନେକ ଅଂଚଳରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ମୂଖ୍ୟତଃ ଇସ୍କନ ମନ୍ଦିର ରାସ୍ତାରେ ୪ ଫୁଟ ଉପରେ ପାଣି ଜମିଛି । ପାଣିରେ ବୁଡି ରହିଛି ଯାନବାହାନ । ସୌଭାଗ୍ୟ ନଗର ରାସ୍ତାରେ ୩ ଫୁଟ ପାଣି, ଲୋକେ ଜଳବନ୍ଦୀ ଥିବାର ଜଣାପଡ଼ିଛି।

ବିଏମସି ତରଫରୁ ରାଜଧାନୀର ପ୍ରମୂଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି ।

ବିଶେଷ କରି ୱାଟର ଡ୍ରେନେଜ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ କରିବାରେ ଅବହେଳା କରୁଛନ୍ତି ବିଏମସି କର୍ତ୍ତୃପକ୍ଷ ବୋଲି ଅଭିଯୋଗ କରିଛନ୍ତି ସାଧାରଣଲୋକ ।

ତେଣୁ ଅସରାଏ ବର୍ଷାରେ ଏଭଳି ଉପାନ୍ତ ଅଞ୍ଚଳ ଭଳି ରାଜଧାନୀରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜୁଥିବା ଲୋକମାନେ ଅଭିଯୋଗ କରିଆସୁଛନ୍ତି ।

   ସମ୍ବନ୍ଧିତ ଖବର


ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

୪୮ ଘଣ୍ଟା ପାଇଁ ଆଠଗଡ଼ ସଟ୍‌ଡାଉନ୍‌ : ଅକ୍ଟୋବର ପହିଲାରୁ ୧୫ ଯାଏ ବଜାର ସମୟରେ କଟକଣା

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଡେପୁଟି କଲେକ୍ଟରଙ୍କ ବିରୋଧରେ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା