ସ୍ବରେଜ ବୋର୍ଡ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ବର ୨୫।୯: ଭିଜିଲାନ୍ସ ପଞ୍ଝାରେ କଟକ ସ୍ବରେଜ ବୋର୍ଡ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ସାହୁ। ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ଆଜି ଚଢାଉ କରିଛି । ପ୍ରମୋଦଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।

କଟକ ସ୍ଥିତ କାର୍ଯ୍ୟାଳୟ, ନୟାପଲ୍ଲୀ ନୂଆସାହି, କଟକ ସ୍ଥିତ ବାସଭବନ, ଭୁବନେଶ୍ବର ସରକାରୀ କ୍ବାର୍ଟରରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ପ୍ରମୋଦଙ୍କ ଦୁଇଟି ବ୍ୟାଙ୍କ ଲକର୍, ବ୍ୟାଙ୍କ ପାସବୁକ୍‌, ଏଲ୍‌ଆଇସି, ସୁନାଗହଣା, ଟଙ୍କା ଏବଂ ଗାଡି ଠାବ ହୋଇଛି ବୋଲି ଜଣା ପଡ଼ିଛି ।

   ସମ୍ବନ୍ଧିତ ଖବର


ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା; ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଥାଇ ବି ଭିତରେ ପଶିଥିଲେ ୫ଜଣ ଅଣସେବାୟତ…

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…

ରାଉରକେଲାରେ ୧୨ କୋଟିର GST ଠକେଇ !

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

ଉଠିଲା କଟକଣା : ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ, ଭକ୍ତ ଦେଇପାରିବେ ବରାଦ