PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସାଇବର ଲୁଟେରାଙ୍କ ଇନ୍ଦ୍ରଜାଲରେ ଯୁବଗୋଷ୍ଠୀ: ଭିଡିଓ କଲ୍‌, ସେକ୍ସ ଚାଟିଂ ପରେ ବ୍ଲାକ୍‌ମେଲ

ସମ୍ବଲପୁର,୨୩/୦୭: ସାଇବର ଠକେଇର ତରିକା ବଦଳିଲାଣି । ଏବେ ମହିଳାଙ୍କୁ ମୋହରା କରି ସାଇବର ଲୁଟେରା ଲୋକଙ୍କଠାରୁ ଟଙ୍କା ଲୁଟ୍‌ କରୁଥିବା ଘଟଣା ଏବେ ସାମ୍ନାକୁ ଆସୁଛି । ସାଇବର ଲୁଟେରାଙ୍କ ଏହି ଇନ୍ଦ୍ରଜାଲରେ ଛନ୍ଦି ହୋଇ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଥିବା ବେଳେ ସେକ୍ସ ଚାଟିଂର ସ୍କ୍ରିନ୍‌ ସର୍ଟ ନେଇ ସାଇବର ଲୁଟେରା ବ୍ଲାକ୍‌ମେଲ୍‌ କରୁଛନ୍ତି । ଦୈନିକ ମାଳ ମାଳ ଏଭଳି ଅଭିଯୋଗ ସାମ୍ନାକୁ ଆସୁଥିବା ନେଇ ଜଣାପଡ଼ିଛି । ତେବେ ବିଶେଷ କରି ଯେଉଁ ଫେସ୍‌ବୁକ୍‌ ଆକାଉଣ୍ଟ ଓ ଫୋନ୍‌ ନମ୍ବରରେ ଏଭଳି ବ୍ଲାକ୍‌ମେଲ୍‌ ଚାଲିଛି ସେଥିରୁ ବର୍ତ୍ତି ରହିବା ନେଇ ସାଇବର୍‌ ପୁଲିସ୍‌ ପକ୍ଷରୁ ସତର୍କ କରାଯାଇଛି । ମିଳିଥିବା

ସୂଚନା ଅନୁସାରେ, ଗତ କିଛି ଦିନ ହେବ ପ୍ରିୟା ଯାଦବ ନାମରେ ଜଣେ ଯୁବତୀଙ୍କ ଫଟୋ ଥିବା ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟରୁ ଯୁବଗୋଷ୍ଠୀଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସୁଛି । ଉକ୍ତ ରିକ୍ୱେଷ୍ଟକୁ ଗ୍ରହଣ କରିବା କ୍ଷଣି ଯୁବତୀଜଣଙ୍କ ମିଠା ମିଠା କଥା କହି ସମ୍ପର୍କ ବଢ଼ାଉଛନ୍ତି । ପ୍ରଥମେ ମେସେଞ୍ଜରରେ ଓ ପରେ ହ୍ୱାଟସ୍‌ ଆପ୍‌ରେ କଥାବାର୍ତ୍ତା ଆରମ୍ଭ ହେଉଛି । ଧୀରେଧୀରେ ସମ୍ପର୍କ ନିବିଡ଼ ହେବା ସହ ଭିଡିଓ କଲିଂରେ ସେକ୍ସ ଚାଟିଂ ଆରମ୍ଭ ହେଉଛି । ହେଲେ ଏହି ଚାଟିଂ ସମୟର ଫଟୋ ଓ ଭିଡିଓ ସ୍କ୍ରିନ ସର୍ଟ କରି ସାଇବର ଲୁଟେରା ରଖିବା ସହ ବ୍ଲାକ୍‌ମେଲ୍‌ ଆରମ୍ଭ କରୁଛି । ପ୍ରଥମେ କିଛି ଟଙ୍କା ଦାବି ପରେ ଭିଡିଓ ଡିଲିଟ୍‌ କରିବାର ପ୍ରତିଶ୍ରୁତି ମିଳୁଛି । ପୁଣି କିଛି ଦିନ ପରେ ଉକ୍ତ ସାଇବର ଲୁଟେରା ନିକଟସ୍ଥ କୌଣସି ଥାନାର ଫଟୋ ହ୍ୱାଟସ୍‌ ଆପ୍‌ରେ ପକାଇ ଉକ୍ତ ଥାନାକୁ ଅଭିଯୋଗ ପାଇଁ ଯାଉଥିବା କହୁଛି । ଏଭଳି ପର୍ଯ୍ୟାୟକ୍ରମେ ଟଙ୍କା ଲୁଟ୍‌ ଚାଲିଥିବା ଜଣାପଡ଼ିଛି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ସାଇବର ପୁଲିସ୍‌ ସତର୍କ ସୂଚନା ଜାରି କରିଛି ।