ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ – ଓଡ଼ିଶା ହାଇକୋର୍ଟ

କଟକ :  ଓଡ଼ିଶା ହାଇକୋର୍ଟ ଏକ ଚର୍ଚ୍ଚିତ ରାୟ  ଦେଇଛନ୍ତି ।  ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ । ନିମ୍ନ ଅଦାଲତଙ୍କ ଦ୍ୱାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜକୁ ନେଇ ଗୁରୁବାର ଦିନ ହାଇକୋର୍ଟ ଏ ଭଳି ରାୟ ଦେଇଛନ୍ତି।

ଜଣେ ୧୯ ବର୍ଷୀୟ ଝିଅର ଅଭିଯୋଗ ମୁତାବକ, ଜଣେ ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୈହିକ ସଂପର୍କ ରଖିଥିଲେ ଓ ସେ ଅନ୍ତଃସତ୍ତ୍ୱା ହୋଇଥିଲେ । ଏହି ଆଧାରରେ ପୁଲିସ୍ ସଂପୃକ୍ତ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ‌ କୋଡ୍ ଦଫା ୩୭୬ରେ ଗିରଫ କରିଥିଲା। କୋରାପୁଟ ଜିଲ୍ଲାର ଏହି ପୀଡ଼ିତା ୨୦୧୯, ନଭେମ୍ବର ୨୭ ତାରିଖ ଦିନ ପଟାଙ୍ଗି ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ୨୦୧୯, ଡିସେମ୍ବର ୧୧ ତାରିଖରେ କୋରାପୁଟ୍-ଜୟପୁର ସେସନ୍-କମ୍-ସ୍ପେସାଲ୍ ଜଜ୍ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବା ପରେ ସେ ବିଚାର ବିଭାଗୀୟ ହାଜତରେ ଥିଲେ।

ଏହି ମାମଲାର ଶୁଣାଣି କରୁଥିବା ହାଇକୋର୍ଟ  ବିଚାରପତି ଜଷ୍ଟିସ୍ ଏସ୍‌କେ ପାଣିଗ୍ରାହୀ କହିଲେ ଯେ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। କାରଣ ଏ ଭଳି ଘଟଣା ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୭୫ରେ ନିର୍ଦ୍ଧାରିତ ଦୁଷ୍କର୍ମ ସଂଜ୍ଞା ପର୍ଯ୍ୟାୟଭୁକ୍ତ ନୁହେଁ।

ଜଷ୍ଟିସ୍ ପାଣିଗ୍ରାହୀ  ଆହୁରି ମଧ୍ୟ କହି‌ଛନ୍ତି ଯେ ଦଫା ୩୭୫ରେ ଲିଖିତ ଦୁଷ୍କର୍ମର ୭ଟି ସଂଜ୍ଞା ରହିଛି। କାହାର ଇଚ୍ଛା ବିରୋଧରେ, ବିନା ସମ୍ମତିରେ, ମୃତାହତ ହେବା ଭୟରେ ଦିଆଯାଇ ଥିବା ସମ୍ମତିରେ, ଭୁଲ୍‌ ବିଶ୍ବାସବଶତଃ ପୀଡ଼ିତା ଲୋକଟିକୁ ସ୍ବାମୀ ବୋଲି ବିଚାରି ସମ୍ମତି ଦେଇଥିଲେ, ମାନସିକ ସ୍ଥିତି ଭଲ ନ ଥିବା ବେଳେ ବା ନିଶାସେବନ କରାଇ ନିଆଯାଇଥିବା ସମ୍ମତିରେ, ୧୮ ବର୍ଷରୁ କମ୍ ବୟସ୍କ ଝିଅର ସମ୍ମତିରେ ଏବଂ ପୀଡ଼ିତା ସମ୍ମତି ଜଣାଇବା ସ୍ଥିତିରେ ନ ଥିବା ସମୟରେ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବିବେଚନା କରାଯାଏ।

ଏହି ମାମଲାକୁ ଗୁରୁତ୍ୱର ସହ ପୁନର୍ବିଚାର କରିବା ଆବଶ୍ୟକ କହି ଜଷ୍ଟିସ୍ ପାଣିଗ୍ରାହୀ କହିଲେ, ଏ ମାମଲାରେ ଆଇନକର୍ତ୍ତାଙ୍କ ଉଦ୍ଦେଶ୍ୟ ସୁସ୍ପଷ୍ଟ। ତେଣୁ, ନିବିଡ଼ ସମ୍ପର୍କ, ବିଶେଷତଃ ମହିଳାମାନେ ସ୍ୱଇଚ୍ଛାରେ ଦୈହିକ ସମ୍ପର୍କ ରଖିବା କ୍ଷେତ୍ରରେ ଦୁଷ୍କର୍ମ ଆଇନ ବ୍ୟବହାର କରିବା ଅନୁଚିତ।

   ସମ୍ବନ୍ଧିତ ଖବର


ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ପାଟପୁର ଥାନା ସମ୍ମୁଖରେ ଘରୁ ଦୌଡି ଆସି ବାଇକ୍‌ରେ ବସି ଯୁବତୀ ଚମ୍ପଟ- ଗୋଡାଇଲେ ପରିବାର ଲୋକ, ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌