ପାଇକମାଳ ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ: ରାଣୀ ମହୁମାଛି ସମେତ ୪ ଗିରଫ,୨ ଯୁବତୀଙ୍କୁ ଉଦ୍ଧାର

ବରଗଡ ୧୦/୧୧: ଭଡାଘରୁ ସେକ୍ସ ରାକେଟ୍ ଠାବ। ରାଣୀ ମହୁମାଛି ସମେତ ୪ ଗିରଫ । ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳରେ ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ପାଇକମାଲ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ପରେ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳରୁ ସେକ୍ସ ରାକେଟ୍ ଚାଲିଥିବା ଘରେ ଚଢ଼ଉ କରି ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।

ସୂଚନା ଯୋଗ୍ୟ ଯେ, ଏହି ଘଟଣାର ରାଣୀ ମହୁମାଛି ପାଇକମାଳ ଅଞ୍ଚଳ ଶାନ୍ତିଲତା ବନଛୋର ନାମକ ମହିଳା ଘରେ ତିନିଜଣ ଯୁବତୀଙ୍କୁ ଆଣି ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇବା ସହ ମହିଳାମାନଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲା । ସେହି ଯୁବତୀମାନଙ୍କ ଭିତରୁ ଜଣେ ନିର୍ଯାତନା ସହି ନ ପାରି ଗତକାଲି ରାତି ପାଇକମାଲ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ପାଇକମାଲ ଥାନା ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ଜଣେ ନାବାଳିକା ଓ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଶାନ୍ତିଲତା ଓ ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି।

ବିଭିନ୍ନ ସ୍ଥାନରୁ ମହିଳାମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଇବା ଓ କିଛି ମହିଳାଙ୍କୁ ବାହାର ରାଜ୍ୟରେ ବିକ୍ରି କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ବଲାଙ୍ଗିରରେ ମଧ୍ୟ ବାହାର ରାଜ୍ୟର ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ନେଇ ଦେହ ବ୍ୟବସାୟ ଚାଲିଥିଲା ପୁଲିସକୁ ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ବାରରେ ଭଙ୍ଗାରୁଜା ମାମଲା: ୨ ଯୁବକ ଗିରଫ,୨ଫେରାର୍‌

ଚାହାରେ ନିଶା ମିଶାଇ ୩ ଯୁବକଙ୍କୁ ଲୁଟିଲା ଅଟୋଚାଳକ: ପାହାଡ଼ ତଳୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର

ବରମୁଣ୍ଡା: ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ