PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବାରିପଦାରେ ବଡ଼ ଧରଣର ସେକ୍ସ ରାକେଟ ଠାବ : ଏକସଙ୍ଗେ ୩ଟି ଲଜ୍ ଉପରେ ପୋଲିସର ଚଢ଼ାଉ, ୧୫ ରୂପଜୀବୀଙ୍କ ସହ ୧୫ ଯୁବକ ଅଟକ

ବାରିପଦା ୨୧।୧୨: ବାରିପଦାର ୩ଟି ଲଜରେ ଚଢ଼ାଉ। ଟାଉନ ପୋଲିସର ଚଢ଼ାଉ ବେଳେ ସେକ୍ସ ରାକେଟ୍ ଠାବ ହୋଇଛି। ଆଜି ଦିନ ୨ଟା ବେଳେ ବାରିପଦା ଟାଉନ ପୋଲିସ ବାରିପଦା ମଧ୍ୟଭାଗରେ ଥିବା କ୍ରିଷ୍ଣା, ଶାନ୍ତି ଓ ଶ୍ରୀ କ୍ରିଷ୍ଣା ନାମକ ୩ଟି ଲଜରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

ଚଢ଼ାଉବେଳେ ଆପତ୍ତିଜନକ ଅବସ୍ଥାରେ ପୋଲିସ ୧୫ଜଣ ରୂପଜୀବୀଙ୍କ ସହ ୧୫ଜଣ ଯୁବକ ଓ ୪ଜଣ ଲଜ୍ କର୍ମଚାରୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ବହୁଦିନରୁ ଏହି ଲଜ୍ ଗୁଡିକରେ ଅନୈତିକ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ହୋଇ ଆସୁଥିଲା। ତେବେ ବଡଦିନ ଓ ନୂଆବର୍ଷକୁ ନଜରରେ ରଖି ଏଭଳି ଚଢ଼ାଉ କରାଯାଇଛି । ଧରା ପଡିଥିବା ୩୦ ଜଣଙ୍କୁ ଥାନାରେ ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାରିପଦା ସଦର ଏସ.ଡି.ପି.ଓ କହିଛନ୍ତି ।

ତେବେ ବାରିପଦା ସହିତ ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ସନ୍ଦେହଜନକ ଲଜ୍ ଗୁଡିକରେ ଆଗାମୀ ଦିନରେ ଯୋରଦାର୍ ଚଢ଼ାଉ ହେବାର ସୂଚନା ମିଳିଛି।