PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ପୁଲିସ, କିନପିନ୍ ସମେତ ୭ ଗିରଫ

କାନପୁର ୧୨।୪: କିଦଗଇ ନଗର ଅଞ୍ଚଳରେ ଭଡ଼ା ଘରେ ଚାଲୁଥିବା ସେକ୍ସ ରାକେଟ୍ର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଜାଲକୁ ବିଛାଇଥିବା କିନପିନ୍ ସମେତ ଦୁଇ ଯୁବକ, ଚାରି ଯୁବତୀ ଏବଂ ସାତ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସମସ୍ତଙ୍କ ବିରୁଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି।

ଘାଟମପୁରରେ ରହୁଥିବା ମୁକେଶ ଗୈାତମଙ୍କ ସ୍ତ୍ରୀ ଅର୍ଶୀ କିଛି ମାସ ପୂର୍ବରୁ କିଦଗଇ ନଗର ଅଞ୍ଚଳ ସ୍ଥିତ ସାକେତ ନଗର ରହୁଥିବା ସନ୍ଦୀପ ଅଗ୍ରଓ୍ବାଲଙ୍କୁ ଘରକୁ ଭଡ଼ାରେ ନେଇଥିଲେ। ସେହି ଭଡ଼ା ଘରେ ଅର୍ଶୀ ଓ ସାଥୀ ଅଞ୍ଜଳୀ ସହିତ ମିଶି ବହୁ ଯୁବକ ଏବଂ ଯୁବତୀଙ୍କୁ ଆଣୁଥିଲା। ଲଗାତାର ଭାବେ ଏଭଳି ଯିବା ଆସିବା କରିବା ଦ୍ବାରା ସାହି ପଡ଼ିଶାଙ୍କୁ ସନ୍ଦେହ ହୋଇଯାଇଥିଲା। ସନ୍ଦେହ ଆଧାରରେ ସାହି ପଡିଶାର ଲୋକମାନେ ପୁଲିସ ଏହି ସେକ୍ସ ରାକେଟ୍ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ କୁଞ୍ଜ ବିହାରୀଙ୍କ ନେତୃତ୍ବରେ ପୁଲିସ ବିଭାଗ ଉକ୍ତ ଅଞ୍ଚଳକୁ ଯାଇ ଛାନଭିନ୍ କରିଥିଲା। ମାମଲାରେ ଆଧାରକରି ଏହି ସେକ୍ସ ରାକେଟରେ ସାମିଲ ଥିବା ଅଞ୍ଜଳୀ ସହିତ ଘରେ ଭିତରେ ଥିବା ୪ଜଣ ଯୁବତୀ, ଦୁଇ ଯୁବକ ନିବାସୀ ଶୈଳେନ୍ଦ୍ର ଏବଂ ମୁକେଶକୁ ଗିରଫ କରିଛି। ୪ଜଣ ଯୁବତୀ ଘାଟମପୁର, ଚକେରୀ, ନୈାବସ୍ତାର ନିବାସୀ ଅଟନ୍ତି। ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ପୁଲିସ ସୂଚନା​‌ ଦେଇଛି।