ଭଡ଼ା ଘରେ ସେକ୍ସ ର‌୍ୟାକେଟ୍‌: ୩ ବଙ୍ଗୀୟ ରୂପଜୀବୀ ଉଦ୍ଧାର, ୨ ଯୁବକ ଅଟକ

ଭୁବନେଶ୍ୱର,୯ା୪(ବ୍ୟୁରୋ): ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଆଜି ଖଣ୍ଡଗିରି ଥାନା ପୁଲିସ ଭରତପୁରସ୍ଥିତ ଏକ ଭଡ଼ା ଘରୁ ସେକ୍ସ ର‌୍ୟାକେଟ୍‌ ଠାବ କରିଛି । ଉକ୍ତ ଘରୁ ୩ ବଙ୍ଗୀୟ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଛି । ବନ୍ଧୁକ ଓ ଦେହ ବେପାର ଚଳାଇବା ଅଭିଯୋଗରେ ପୁଲିସ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଅଟକ ଦୁଇଜଣ କେନ୍ଦ୍ରାପଡା଼ର ନିରଞ୍ଜନ ଓ ବବୁଲ ବୋଲି ଜଣାପଡ଼ିଛି । ସେମାନଙ୍କ ଠାରୁ ପୁଲସି ଗୋଟିଏ ବନ୍ଧୁକ, ୩ ଅଫିଟା ଗୁଳି, ଗୋଟିଏ କାର, ଏକ ବାଇକ, ୬ ମୋବାଇଲ ଫୋନ ଓ ଟଙ୍କା ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭରତପୁର ଜିଏ ପ୍ଲଟ୍‌ ଅଞ୍ଚଳରେ ବନ୍ଧୁକ କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖଣ୍ଡଗିରି ଥାନା ପୁଲିସ ଖବର ପାଇଥିଲା । ଆଜି ସନ୍ଧ୍ୟାରେ ପୁଲିସ ଟିମ୍‌ ଜିଏ ପ୍ଲଟ୍‌ରେ ଥିବା ଏକ ଭଡ଼ା ଘରେ ଚଢ଼ଉ କରିଥିଲା । ଏହି ସମୟରେ ସେଠାରୁ ଦୁଇ ଯୁବକ ନିରଞ୍ଜନ ଓ ବବୁଲଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି, ଗୋଟିଏ କାର୍‌, ବାଇକ୍‌, ୬ ମୋବାଇଲ୍‌ ଫୋନ୍‌ ଓ କିଛି ଟଙ୍କା ଜବତ କରିଥିଲା । ସବୁ ଘର ଖାନ୍‌ତଲାସ ବେଳେ ଅନ୍ୟ ଏକ ରୁମ୍‌ରୁ ୩ ବଙ୍ଗୀୟ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଥିଲା ।

ସେଠାରେ ଦୀର୍ଘ ଦିନ ଧରି ବନ୍ଧୁକ ବେପାର ସାଙ୍ଗକୁ ଦେହ ବେପାର ମଧ୍ୟ ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା । ସମସ୍ତଙ୍କୁ ଧରି ପୁଲିସ ଥାନାକୁ ଆଣିଥିଲା । ୩ ରୂପଜୀବୀ ଓ ଦୁଇ ଯୁବକଙ୍କ ପୁଲିସ ଡାକ୍ତରୀ ମାଇନା କରାଇଥିଲା । ଉଦ୍ଧାର ହୋଇଥିବା ବଙ୍ଗୀୟ ରୂପଜୀବୀଙ୍କୁ ପୁଲିସ ରାତିରେ ଏକ ସର୍ଟ ଷ୍ଟେ ହୋମ୍‌ରେ ଛାଡ଼ି ଦେଇଛି । ଏନେଇ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ସେ କୌଣସି ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ପୁଲିସ କମିଶନରେ ସବିଶେଷ ତଥ୍ୟ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଭଡ଼ା ଘର ସମ୍ମୁଖରେ ଅଧିକାଂଶ ସମୟରେ ଦାମୀ କାର୍‌ ଲାଗେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଡ଼ି ମୋଟର ଯିବାଆସିବା ଲାଗି ରହେ । ସ୍ଥାନୀୟ ଲୋକେ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବା ଜାଣିଥିଲେ ମଧ୍ୟ ଏନେଇ ପୁଲିସ ନିକଟରେ କେହି ମୁହଁ ଖୋଲୁ ନଥିଲେ ।

   ସମ୍ବନ୍ଧିତ ଖବର


‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌