ଭୁବନେଶ୍ଵର, ୧୯/୧୦ : ରାଜଧାନୀରୁ ପୁଣି ସେକ୍ସ ରାକେଟ୍ ଠାବ। ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ପୋଲିସ ରେଡ୍ କରିଛି। ଅନୈତିକ କାର୍ଯ୍ୟ ସୂଚନା ପରେ ବଡ଼ଗଡ଼ ପୋଲିସ ଚଢାଉ କରିଛି। ସ୍ପା ମାଲିକ ସହ ଜଣେ ଯୁବତୀଙ୍କୁ ପୋଲିସ ଉଠାଇ ନେଇଛି।
ସୂଚନାନୁଯାୟୀ, ରବି ଟକିଜ୍ ଛକ ନିକଟରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ ଚାଲିଥିଲା। ସ୍ପା ମାଲିକ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ସ୍ପାରେ ଅଟକ ରଖିଥିଲେ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଆସିଥିବା ଜଣେ ଯୁବକଙ୍କୁ ସ୍ପା ମାଲିକ ମାଡ଼ ମାରିଥିଲେ। ଫଳରେ ଯୁବକ ଜଣଙ୍କ ଆହତ ହୋଇଥିଲେ। ଅନୈତିକ କାର୍ଯ୍ୟ ସୂଚନା ପାଇ ବଡ଼ଗଡ଼ ପୋଲିସ ଚଢାଉ କରିଥିଲା। ରେଡ୍ ବେଳେ ପୋଲିସ ସ୍ପା ମାଲିକ ସହ ଉକ୍ତ ଯୁବତୀଙ୍କୁ ଉଠାଇ ନେଇଛନ୍ତି।