PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭଡ଼ା ଘରୁ ସେକ୍ସ୍‌ ର‌୍ୟାକେଟ୍‌ ଠାବ ଘଟଣା, ଦୁଇ ଅନ୍ତଃରାଜ୍ୟ ଦେହ ଦଲାଲ୍‌ ଗିରଫ

ଭୁବନେଶ୍ୱର,୧୦ ।୪(ବ୍ୟୁରୋ): ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଖଣ୍ଡଗିରି ଥାନା ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ଭରତପୁରସ୍ଥିତ ଏକ ଭଡ଼ା ଘରୁ ସେକ୍ସ୍‌ ର‌୍ୟାକେଟ୍‌ ଠାବ କରିଥିଲା । ଉକ୍ତ ଘରୁ ୩ ବଙ୍ଗୀୟ ରୂପଜୀବୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅନ୍ତଃରାଜ୍ୟ ଦେହ ଦଲାଲଙ୍କୁ ଧରି ଥାନାରେ ଅଟକ ରଖିଥିଲା । ସେମାନଙ୍କ ଠାରୁ ପୁଲିସ ଗୋଟିଏ ଦେଶୀ ରିଭଲଭର, ୪ ରାଉଣ୍ଡ ଗୁଳି, ଗୋଟିଏ କାର୍‌, ଏକ ବାଇକ୍‌, ୪ଟି ମୋବାଇଲ୍‌ ଫୋନ୍‌, ୨୫ ହଜାର ଟଙ୍କା, ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଓ ଏକ ଡାଏରୀ ଜବତ କରିଥିଲା । ପୁଲିସ ଆଜି ଅଟକ ରଖିଥିବା ଦୁଇ ଦେହ ଦଲାଲଙ୍କୁ ଗିରଫ କରିଛି । ସେମାନେ ହେଲେ ଢେଙ୍କାନାଳ ବାଲିମି ଥାନା ଅନ୍ତର୍ଗତ କୁମାର ସିଂହା ଗ୍ରାମର ନିରଞ୍ଜନ ନାୟକ(୨୪) ଓ ବବଲୁ ଓରଫ ବିଶ୍ୱଜିତ ନାୟକ(୧୯) । ତେବେ ଏହି ଦେହ କାରବାରର ମୁଖ୍ୟ କାର୍ପଟଦାର ମିଟୁ ଓରଫ ରଞ୍ଜନ ସାମନ୍ତରାୟ ପୁଲିସ ଚଢ଼ଉ ବେଳେ ଖସିଯାଇଛି । ଆଜି ପୁଲିସ ଉଦ୍ଧାର ହୋଇଥିବା ଦୁଇ ବଙ୍ଗୀୟ ଯୁବତୀଙ୍କୁ କଳିଙ୍ଗବିହାରସ୍ଥିତ ଏକ ସେଲ୍‌ଟର ହୋମ୍‌ରେ ଛାଡ଼ି ଦେଇଛି । ଦୁଇ ଦଲାଲ୍‌ ନିରଞ୍ଜନ ଓ ବବ୍‌ଲୁକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁରର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

୬ ମାସ ହେବ ଚାଲିଥିଲା ଦେହ ବେପାର
ପୁଲିସ ସୂଚନା ଅନୁଯାୟୀ, ମିଟୁ ଭରତପୁର ଜିଏ କଲୋନୀ ପ୍ଲଟ୍‌ ନଂ. ଜିଏ-୮୩୨ ଘରକୁ ୬ ମାସ ହେବ ଭଡ଼ାରେ ନେଇ ଦେହ ବେପାର ଚଳାଇଥିଲା । ଦୁଇ ସହଯୋଗୀ ନିରଞ୍ଜନ ଓ ବବ୍‌ଲୁଙ୍କୁ ସେ ଗ୍ରାହକ ଯୋଗାଡ଼ କାମରେ ଲଗାଇଥିଲା । ସେମାନେ ବଙ୍ଗୀୟ ଯୁବତୀମାନଙ୍କୁ ୧୫ ଦିନିଆ ମୂଲଚାଲ କରି ଆଣୁଥିଲେ । ଯୁବତୀଙ୍କ ପିଛା ୧୫ ଦିନକୁ ୧୫ ହଜାର ଟଙ୍କାରେ ଆଣୁଥିବା ବେଳେ ସେମାନଙ୍କୁ ଦେହ ବେପାରରେ ଲଗାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ । ୧୫ ଦିନ ପରେ ସେମାନେ ପୁଣି ପୁରୁଣା ରୂପଜୀବୀଙ୍କୁ ପଠାଇ ନୂଆଙ୍କୁ ଆଣୁଥିଲେ । ଉଦ୍ଧାର ହୋଇଥିବା ୩ ରୂପଜୀବୀ ଗତ ୪ ତାରିଖରୁ ନୂଆ ହୋଇ ଏଠାକୁ ଆସିଥିଲେ । ଗ୍ରାହକଙ୍କ ଫୋନ୍‌ କଲ୍‌ ପାଇ ବଙ୍ଗୀୟ ଲଳନାଙ୍କୁ ଗ୍ରାହକଙ୍କ ବରାଦ ସ୍ଥାନରେ କାର୍‌ରେ ନେଇ ପହଞ୍ଚାଇ ଦେଉଥିଲେ ବୋଲି ଧରା ପଡ଼ିଥିବା ନିରଞ୍ଜନ ଓ ବବୁଲ ପୁଲିସକୁ କହିଛନ୍ତି ।

ଜବତ ଡାଏରୀରେ ରାଜନେତାଙ୍କ ନାମ
ପୁଲିସ ଉକ୍ତ ଭଡ଼ା ଘରୁ ଜବତ କରିଛି ଏକ ଡାଏରୀ । ଉକ୍ତ ଡାଏରୀରେ ୨ ଶହରୁ ଅଧିକ ଗ୍ରାହକଙ୍କ ନମ୍ବର ଲେଖା ଯାଇଛି । ଏହି ଡାଏରୀରେ ରାଜଧାନୀ ସମେତ ଓଡ଼ିଶାର ବଡ଼ ବଡ଼ ଖଣି ମାଲିକ ଓ ଅନେକ ରାଜନେତାଙ୍କ ନାମ ଥିବା ପୁଲିସ ଜାଣିବାକୁ ପାଇଛି । ତେବେ ପୁଲିସ ସେମାନଙ୍କ ନାମ ପ୍ରକାଶ କରୁନାହିଁ । ସ୍ଥାନୀୟ ଲୋକେ ମଧ୍ୟ ଉକ୍ତ ବିଲ୍ଡିଂକୁ ରାତିରେ ଦାମୀ କାର୍‌ ଲାଗେ ବୋଲି ସୂଚନା ଦେଇଛନ୍ତ ।