PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସେକ୍ସ ରାକେଟର ପର୍ଦ୍ଦାଫାସ; ପ୍ରଶିକ୍ଷଣ ପାଇଥିବା କୁକୁର କରୁଥିଲା ସାହାଯ୍ୟ, ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଉତ୍ତର ପ୍ରଦେଶର ୧୨।୪:  କାନପୁର ଜିଲ୍ଲାରେ ଦୀର୍ଘ ଦିନଧରି ଚାଲିଥିଲା ସେକ୍ସ ରାକେଟ। ଏହାର ପର୍ଦ୍ଦାଫାସ ହେବା ପରେ ସେକ୍ସ ରାକେଟ ଚଳାଉଥିବା ମହିଳାଙ୍କ ସମେତ ୩ ଦେହଜୀବୀ ଏବଂ ୩ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ ।  

ରିପୋର୍ଟ ଅନୁସାରେ ଏକ ଗୋପନୀୟ ବିଲଡିଙ୍ଗରେ କିଛି ମହିଳା ଏଭଳି କଳା କାରନାମା କରିଆସୁଥିଲେ। ସୂଚନା ଆଧାରରେ ପୋଲିସ ସେଠାରେ ଯାଇ ପହଞ୍ଚିଥିଲା। ଘଟଣା ସ୍ଥଳରୁ ୩ ମହିଳା ଗ୍ରାହକଙ୍କୁ ଧରିଥିଲା। କାନପୁରରେ କିଦୱଇନଗରସ୍ଥିତ ଡବ୍ଲ୍ୟୁ ବ୍ଲକ ଅଞ୍ଚଳରେ ଏହି ରାକେଟ ଚାଲୁଥିଲା। ଘାଟମପୁରର ଜଣେ ମହିଳା ଏହି ଦେହ ବ୍ୟବସାୟ ରାକେଟର କିଙ୍ଗପିନ। ପୋଲିସ ପଚରା ଉଚରା କରିବା ପରେ ଏହି କାଣ୍ଡରେ ଗୋଟେ ପୋଷା କୁକୁରର ମୁଖ୍ୟ ଭୂମିକା ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  

ତେବେ ଗିରଫ ମହିଳା କହିଛନ୍ତି ଯେ, ଯେଉଁ ଝିଅଙ୍କ ଆର୍ଥିକ ଅବସ୍ଥା ଠିକ୍‌ ନଥାଏ ତାଙ୍କୁ ସେ ଏହି ଧନ୍ଦାରେ ଲଗାନ୍ତି । ଆର୍ଥିକ ଅବସ୍ଥା ଠିକ୍‌ ନଥିବା ପରିବାର ଚିହ୍ନଟପରେ ସେହି ପରିବାରର ଝିଅଙ୍କୁ ଏଥିରେ ସାମଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥାଏ । ଏହି କାମରେ ସଂପୃକ୍ତ ମହିଳାଙ୍କ କିଛି ସମ୍ପର୍କୀୟ ତାଙ୍କୁ ସାହାର୍ଯ୍ୟ କରିଥାନ୍ତି ।  ସେକ୍ସ ରାକେଟର ଚଳାଇବା ପାଇଁ ସେ କିଛି ଦିନ ତଳେ ଡବ୍ଲ୍ୟୁ ବ୍ଲକର ଗୋଟେ ଘର ନେଇଥିଲେ।  ଗୋଟେ କୁକୁରକୁ ମଧ୍ୟ ପ୍ରଶିକ୍ଷଣ ଦେଇ ରଖାଯାଇଥିଲା ।  କୁକୁରଟି ପୂରା ବିଲ୍‌ଡିଙ୍ଗ ଉପରେ ନଜର ରଖୁଥିଲା। ଯିବା ଆସିବା ଗ୍ରାହକଙ୍କ ବିଷୟରେ ମାଲିକାଣୀକୁ ସୂଚନା ଦେଉଥିଲା । କୌଣସି ଅଜଣା ଲୋକ ଆଖପାଖ ଦେଇ ଗଲେ ସେ ଭୁକୁଥିଲା । ଫଳରେ ମହିଳା ସତର୍କ ହୋଇଯାଉଥିଲେ । ଘଟଣା ବିଷୟରେ ଜାଣିଲା ପରେ ପୋଲିସ ଅଭିଯୁକ୍ତ ସହ ୩ ମହିଳାଙ୍କୁ ଗିରଫ କରି ମାମଲା ରୁଜୁ କରିଛି।  

ସମ୍ବନ୍ଧିତ ଖବର