ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ବ୍ରିଟେନ: ବେଳେବେଳେ ଦେହର ଭୋକକୁ ମେଣ୍ଟଇବା ପାଇଁ ମଣିଷ ପାଲଟିଯାଏ ପଶୁ । ଆଉ ନିଜର ବୁଦ୍ଧି ଓ ବିବେକ ସହ କୁଠାରଘାତ କରି ପଶୁ ସହ ରଖିବସେ ଶାରୀରିକ ସମ୍ବନ୍ଧ । ଏପରି ଘଟଣା ଶୁଣିଲେ ବା ଦେଖିଲେ ଆପଣ କହିବେ ମଣିଷ କେତେ ତଳକୁ ଖସି ଯାଇପାରେ ।

ଏପରି ଘଟଣା ବେଳେ ବେଳେ ଜନମାନସରେ ମଣିଷକୁ ଘୃଣ୍ୟ କରିଦିଏ । ବ୍ରିଟେନରେ ଏମିତି ଏକ ଘଟଣା ଦେଖବାକୁ ମିଳିଛି ଯାହା ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯିବ । ୩୭ ବର୍ଷୀୟ ଜଣେ ଯୌନପିପାସୁ ଯୁବକ ନିଜର ଯୌନ ଭୋକ ମେଣ୍ଟାଇବା ପାଇଁ ସ୍ତ୍ରୀ ସାମ୍ନାରେ ଏକ କୁକୁଡା ସହ ରଖିଥିଲେ ଶାରୀରିକ ସମ୍ପର୍କ । ଆଉ ସ୍ବାମୀଙ୍କର ଏପରି ସମୟରେ ଏହାକୁ ନିଜ ମୋବାଇଲରେ ରେକର୍ଡ କରୁଥିଲେ ଯୁବକଙ୍କ ପତ୍ନୀ ।

ସୂଚନା ମୁତାବକ ଜାତୀୟ ଗଣମାଧ୍ୟମ ଡେଲି ମେଲ୍‌ର ଏକ ରିପୋର୍ଟ ମୁତାବକ ୩୭ ବର୍ଷୀୟ ଯୁବକ ରେହାନ ବେଗ ଏହି ମାମଲାରେ ଦୋଷି ହୋଇଛନ୍ତି । ଏଥିପାଇଁ ତାଙ୍କୁ କୋର୍ଟ ୩ ବର୍ଷର ଜେଲଦଣ୍ଡ ଦେଇଛନ୍ତି । ବ୍ରିଟେନର ବ୍ରେଡଫୋର୍ଡ କ୍ରାଉନ କୋର୍ଟ ଯୁବକଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି । ଏହି ଘଟଣା ପରେ କୁକୁଡାଟିର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କର ଏପରି ବିକୃତ ମାନସିକତାକୁ ସହଯୋଗ କରିଥିଲେ ପତ୍ନୀ । ତେବେ ସ୍ବାମୀଙ୍କ ଠାରୁ ସବୁବେଳେ ଘରୋଇ ହିଂସାର ଶିକାର ହେଉଥିବା ଦର୍ଶାଇଥିଲେ  ମହିଳା । ଏଥିପାଇଁ ତାଙ୍କୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।  

କେବଳ ଏତିକି ନୁହେଁ ଅଭିଯୁକ୍ତ ଯୁବକ ଜଣକ ଛୋଟ ଛୋଟ ପିଲାଙ୍କୁ ଯୌନଶୋଷଣ କରୁଥିବାର ଭିଡିଓ ନିଜ ପାଖରେ ରଖିଥିବା ପୋଲିସକୁ ସୂଚନା ମିଳିଥିଲା । ଜାତୀୟ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ମିଳିବା ପରେ ଚଢାଉ କରାଯାଇଥିଲା ।