ପ୍ରଥମେ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଇଲେ, ପରେ ହତ୍ୟା ଧମକ ଦେଇ ମହିଳାଙ୍କୁ ଦୁଷ୍କର୍ମ

ବିଜନୌର ୨୩/୮: ୟୁପିର ବିଜନୋର ଜିଲ୍ଲାରେ ଜଣେ ବିଧବା ମହିଳାଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପରେ ତାଙ୍କର ୩ ପିଲାଙ୍କୁ ହତ୍ୟା ଧମକ ଦେଇ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ  ୪ ଜଣ(ଜଣେ ମହିଳା, ୩ ପୁରୁଷ) ମିଶା ତାଙ୍କୁ ନିଜ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରି ମହିଳାଙ୍କୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଅଭିଯୋଗ ପରେ ଏବେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିପଡିଛି ।

ଗାଁର ଜଣେ ମହିଳା ଗୁରୁବାର ଏସପି ସଞ୍ଜୀବ ତ୍ୟାଗୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ବିଜନୌରର କଲୋନୀ ଚାହଶିରିର ଜଣେ ମହିଳାଙ୍କ ସମେତ ୩ ଜଣ ଅନ୍ଯ ସମ୍ପ୍ରଦାୟର ଯୁବତୀ ଓ ମହିଳାମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ବିକନ୍ତି ।

ପିଡିତାଙ୍କ ବୟାନ ଅନୁସାରେ  ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ତାଙ୍କ ମୌଲବୀଙ୍କ ପାଖକୁ ନେଇଗଲେ । ପିଲା ଓ ମହିଳାଙ୍କୁ ହତ୍ୟା କରିବାର ଡର ଦେଖାଇ ଧର୍ମ ପରିବର୍ତ୍ତନ କରିଦେଲେ । କରିମ୍ ଓ ରିହାନ୍ ନାମକ ୨ ଜଣ ତାଙ୍କ ସହିତ ଦୁଷ୍କର୍ମ କଲେ ଏବଂ ଦେହ ବ୍ୟାପାର କରିବା ପାଇଁ ବାଧ୍ୟ କଲେ । ବୁଧବାର ରାତିରେ ଉଭୟ ତାଙ୍କ ଘରକୁ ଜବରଦସ୍ତ ପଶିଆସିଲେ । ବିରୋଧ କରିବାରୁ ତାଙ୍କୁ ମାଡ ମାରିଲେ । ପୋଲିସ ଆଗରେ କହିଲେ ତାଙ୍କୁ ଏବଂ ତାଙ୍କ ପିଲାଙ୍କୁ ମାରିବାକୁ ଧମକ ଦେଇ ତାଙ୍କ ସହିତ ଦୁଷ୍କର୍ମ କଲେ ଏବଂ ଚାଲିଗଲେ । ଏନେଇ ମହିଳାଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

   ସମ୍ବନ୍ଧିତ ଖବର


ଶିଶୁମନ୍ଦିର କାର୍ଯ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ପୁଲିସ୍‌ର ଅନୁସନ୍ଧାନ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ହାଥରସ୍ ଗଣଦୁଷ୍କର୍ମ ମାମଲା: ପରିବାର ଲୋକଙ୍କ ଅଭିଯୋଗ- ଅଧା ରାତିରେ ଆମକୁ ଘର ଭିତରେ ବନ୍ଦ କରି ଝିଅର ଅନ୍ତିମ ସଂସ୍କାର କଲା ପୋଲିସ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ବିବାହର ୧୧ ବର୍ଷ ପରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଛାଡ଼ି ରସକିଆ ସ୍ୱାମୀ ଅନ୍ୟ ଜଣେ ବିବାହିତାଙ୍କୁ ନେଇ ଚମ୍ପଟ -ଥାନାରେ ଏତଲା

ଅନ୍ୟକୁ ଜୀବନରେ ମାରୁଥିଲା-ଏମିତି ଚାଲିଗଲା ଜୀବନ