ପାର୍ଟି ଦେବା ବାହାନାରେ ଆଇନ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ,ଅଭିଯୁକ୍ତ ଥିଲା ପୀଡିତାଙ୍କ…

ନୂଆଦିଲ୍ଲୀ,୨୯।୮:  ପାର୍ଟି ଦେବା ବାହାନରେ ଜଣେ ଆଇନ ଛାତ୍ରୀଙ୍କୁ ପାନୀୟରେ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଉ ଜଣେ ଆଇନଛାତ୍ରଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କ ଅଭିଯୋଗ ପରେ ପରିବାର ଲୋକ ଅଭିଯୁକ୍ତ ଯୁବକ ବିରୋଧରେ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଅଭିଯୁକ୍ତକୁ ପୋଲିସ ଗତ ବୁଧବାର ଗିରଫ କରିଥିବା ବେଳେ  ଖୁବ୍ ଶୀଘ୍ର କୋର୍ଟ ଫରଓ୍ବାର୍ଡ କରିବ।

ପୋଲିସର ସୂଚନା ଅନୁସା​‌ରେ, ରାଜସ୍ଥାନର ଏହି ଜଣକ ଯୁବତୀ ଜଣକ ଏଲଏଲବି ପ୍ରଥମ ବର୍ଷର ଛାତ୍ରୀ। ଏକ ମାସ ପୂର୍ବେ ଡେରାଡୁନର ଏକ ଘରୋଇ ଅନୁଷ୍ଠାନରେ ଆଡମିସନ୍ କରିଥିଲେ। ପାଖରେ ଥିବା ଫ୍ଲାଟରେ ରହୁଥିବା ଆଇନର ଜଣେ ସିନିୟର ଛାତ୍ର ସହିତ ତାଙ୍କର ବନ୍ଧୁତ୍ବ ହୋଇଯାଇଥିଲା। ଅଭିଯୋଗ ହେଉଛି ଯେ,୨୬ ଅଗଷ୍ଟ ରାତିରେ ସିନିୟର ଛାତ୍ର ଜଣକ ନିଜ ରୁମରେ ପାର୍ଟି ଦେବା ବାହାନାରେ ଯୁବତୀ ଜଣଙ୍କୁ ଡାକି ପାନୀୟରେ ନିଶାଦ୍ରବ୍ୟ ମିଶାଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଚେତାଫେରିବା ପରେ ଜାଣିପାରିଥିଲେ ଯେ, ତାଙ୍କ ସହିତ ଦୁଷ୍କର୍ମ ହୋଇଛି। ପୀଡିତାଙ୍କଠାରୁ ସୂଚନା ପାଇବା ପରେ ରାଜସ୍ଥାନରୁ ତାଙ୍କର ପରିବାର ଲୋକ ଡୁନରେ ପହଁଞ୍ଚିଥିଲେ।

ଏହାପରେ ପୀଡିତାଙ୍କ ବାପା ପ୍ରେମନଗର ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲେ।  ଏସପିଙ୍କ ସୂଚନା ଅନୁସାରେ ପୀଡିତା ଜଣେ ନାବାଳିକା, ଯେଉଁ କାରଣରୁ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ସହିତ ପୋକ୍ସୋ ଆକ୍ଟ ମଧ୍ୟ ଲଗାଯାଇଛି। ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ଘର ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ବୋଲି ଜଣାପଡିଛି

   ସମ୍ବନ୍ଧିତ ଖବର


ଆଦିତ୍ୟ ମୃତ୍ୟୁ ଘଟଣା- କ୍ରାଇମ୍ ବ୍ରାଂଚରେ ହାଜର ହେଲେ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ

ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

ଡ୍ରଗ୍ସ ଚାଟ୍‌ ଓ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଆଡମିନ୍‌ ଥିବା ମାନିଲେ ଦୀପିକା ପାଦୁକନ୍‌-କରନ ଜୋହରଙ୍କ କମ୍ପାନିର କ୍ଷୀତିଜ ରବିପ୍ରସାଦ ଗିରଫ

ସ୍ତ୍ରୀର ଜୀବନ ନେଲା ସ୍ୱାମୀ ! ନୃଶଂସ ଭାବେ କଲା ହତ୍ୟା

୧୭୦ କିଲୋ ଗଞ୍ଜେଇ ଜବତ କରି ପୋଲିସ କହିଲା ୯୨୦ ଗ୍ରାମ୍, ବାକି ସବୁକୁ ବିକ୍ରି କରି ପାଇଲେ ଲକ୍ଷାଧିକ ଟଙ୍କା

ଘନ ଅନ୍ଧାରରେ ଗହୀର ମଝିରେ ଥିବା ଏକ ବଗିଚାକୁ ନେଇ ୩ ବର୍ଷର ଝିଅର ତଣ୍ଟିଚିପି ମାରିଥିଲା ବାପା