PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଛାତ୍ରୀଙ୍କୁ ଟ୍ୟୁସନ ସାର୍‌ଙ୍କ ଯୌନ ନିର୍ଯାତନା: ଜେଲ୍‌ ଗଲେ ରସିକିଆ ରମାକାନ୍ତ

କୋରେଇ ୦୯/୦୭: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତାରାକୋଟ ଅଞ୍ଚଳର ଜଣେ ଟ୍ୟୁସନ୍‌ ଶିକ୍ଷକ ଦୀର୍ଘଦିନ ହେବ ଜନୈକ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଯାହାକୁ ନେଇ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଜଣେ ଅଧିକାରିଣୀ କୋରେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଛି । ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହିତ ଛାତ୍ରୀ ଓ ଅଭିଯୁକ୍ତ ଶିକ୍ଷକଙ୍କ ଡାକ୍ତରୀମାଇନା କରାଯାଇଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାଟି ସମଗ୍ର କୋରେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଏହି ଥାନା ଅନ୍ତର୍ଗତ ହଳଦୀଗଡ଼ିଆ ପଞ୍ଚାୟତ ଶାଳକଣା ଗ୍ରାମର ବିଶ୍ୱନାଥ ବିଶ୍ୱାଳଙ୍କ ପୁଅ ରମାକାନ୍ତ (୫୪) ।

ସୂଚନା ମୁତାବକ, ରମାକାନ୍ତ ତାରାକୋଟ ଅଞ୍ଚଳର ଜଣେ ଛାତ୍ରୀଙ୍କୁ କିଛି ବର୍ଷ ଧରି ନିୟମିତ ତାଙ୍କ ଘରକୁ ଯାଇ ଟ୍ୟୁସନ କରୁଥିଲେ । ନାବାଳିକାଙ୍କ ସରଳତାର ସୁଯୋଗ ନେଇ ରମାକାନ୍ତ ତାଙ୍କ ସହ ଥଟ୍ଟାମଜା ଆଳରେ ଅସଦାଚରଣ କରୁଥିଲେ । ନାବାଳିକା ଜଣକ ବୁଝିପାରିନଥିଲେ ବି ଏହା ନକରିବା ପାଇଁ ବାରଣ କରୁଥିଲେ । ହେଲେ ରମାକାନ୍ତ ଏହି ପ୍ରବୃତ୍ତିକୁ ଛାଡ଼ି ନପାରି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତା କରିବା ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ଏହି କଥା କାହା ଆଗରେ ନକହିବାକୁ ରମାକାନ୍ତ ତାଙ୍କୁ କହୁଥିଲେ । ଗତ ଜୁଲାଇ ୨୯ ତାରିଖରେ ରମାକାନ୍ତ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଛାତ୍ରୀ ଜଣକ ଭାରସାମ୍ୟ ହରାଇ ବସିଥିଲେ ବି ଘରେ କହିନପାରି ଜଣେ ସାଙ୍ଗକୁ ଜଣାଇଥିଲେ ।

ଏହାକୁ ନେଇ କେହି ଜଣେ ଚଳିତ ମାସ ୬ ତାରିଖରେ କେନ୍ଦ୍ର ଶିଶୁ ସୁରକ୍ଷା ସମିତିରେ ଅଭିଯୋଗ କରିଥିଲା । କେନ୍ଦ୍ର ଶିଶୁ ସୁରକ୍ଷା ସମିତି ପକ୍ଷରୁ ଏହାର ତଦନ୍ତ ପାଇଁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ଶାଳକଣା ଗ୍ରାମରେ ପହଞ୍ଚି ଟ୍ୟୁସନ ଶିକ୍ଷକ ରମାକାନ୍ତଙ୍କୁ ଥାନାକୁ ଆଣିବା ସହ ପୀଡ଼ିତା ଛାତ୍ରୀଙ୍କୁ ଥାନାକୁ ଡକାଇଥିଲେ । ଦୀର୍ଘ ସମୟ ପଚରାଉଚରା ପରେ ନାବାଳିକାଜଣକ ପୁଲିସ ନିକଟରେ ତାଙ୍କ ସହିତ ଘଟିଥିବା ପ୍ରତିଟି ଘଟଣା ସମ୍ପର୍କରେ କହିଥିଲେ । ପୁଲିସ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକ ଓ ପୀଡ଼ିତା ଛାତ୍ରୀଙ୍କୁ ଡାକ୍ତରୀମାଇନା କରାଇଥିଲା ।