PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ନ୍ୟାୟ ନପାଇ ନିରାଶ: ଏସପିଙ୍କ କାର୍ଯ୍ୟାଳୟ ପାଖରେ ଗଣଦୁଷ୍କର୍ମ ପୀଡିତା ଓ ବାପା-ମା ପିଇଲେ ବିଷ, ସ୍ଥିତି ସଙ୍କଟାପନ୍ନ

ବାରାଣସୀ,୨୩।୧୨: ନ୍ୟାୟ ନପାଇ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ଦୁଷ୍କର୍ମ ପୀଡିତା ଓ ତାଙ୍କର ବାପା-ମା।  ଉତ୍ତର ପ୍ରଦେଶର ବାରଣାସୀରେ ଗଣଦୁଷ୍କର୍ମ ପୀଡିତା ଏବଂ ତାଙ୍କର ବାପା-ମା ନ୍ୟାୟ ନପାଇ ଆଜି ଏସପିଙ୍କ କାର୍ଯ୍ୟାଳୟ ପାଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୩ ଜଣଙ୍କୁ ବାନ୍ତି କରୁଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଦିନ ଦୟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ୩ ଜଣଙ୍କର ସ୍ଥିତି ଏବେ ଖୁବ ଗମ୍ଭୀର ରହିଛି।

ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ହଇଚଇ। ଦୁଷ୍କର୍ମ ପୀଡିତା ଓ ତାଙ୍କର ବାପା-ମାଙ୍କର ଅଭିଯୋଗ ହେଉଛି ଯେ, ପୋଲିସ ଅଭିଯୁକ୍ତଙ୍କୁ ଜାଣିଶୁଣି ଗିରଫ କରୁନାହିଁ। ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତ ବିଶାଲ ମୋର୍ଯ୍ୟା ଓ କେଣ୍ଟ ରେଲଓ୍ବେ ଷ୍ଟେସନ୍ ଟିଟିଇ ଜମିଲ ଆଲମଙ୍କୁ ଗିରଫ କରିଛି।

ସେଭଳି ଅନ୍ୟଏକ ଅଭିଯୁକ୍ତ ଉତ୍କର୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଥିରେ ଦୁଃଖି ହୋଇ ପୀଡିତା ଓ ତାଙ୍କର ବାପା-ମା ବିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଫିଲ୍ମରେ କାମ କରାଇ ଦେବାର ପ୍ରଲୋଭନ ଦେଖାଇ ଏମାନେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଏହା ଭିତରେ ଅଭିଯୁକ୍ତମାନେ ତାଙ୍କର ଭାଇକୁ ହତ୍ୟା କରି ତାଙ୍କର ମୃତଦେହକୁ ଗଙ୍ଗା ନଦୀରେ ଫୋପାଡି ଦେଇଛନ୍ତି। ବାରମ୍ବାର ଚେଷ୍ଟା କରିବା ପରେ ନ୍ୟାୟ ନପାଇ ପୀଡିତା ଓ ତାଙ୍କର ପରିବାର ଲୋକ ଜୀବନ ଦେବାକୁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧିତ ଖବର