PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସୋସିଆଲ ମିଡିଆରେ ବନ୍ଧୁତ୍ବ କରି ଯୌନ ଶୋଷଣର ଶିକାର ହେଲେ ଯୁବକ,୪ ଗିରଫ

ମୁମ୍ବାଇ,୧୩।୧୨: ସୋସିଆଲ ମିଡିଆ ଜରିଆରେ ଯୁବକଙ୍କୁ ବନ୍ଧୁତ୍ବ କରିବା ମହଙ୍ଗା ପଡିଲା। ଯୁବକ ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍, ଇନଷ୍ଟାଗ୍ରାମ ଓ ହେଲୋକୁ ଖୁବ ଅଧିକ ପସନ୍ଦ କରୁଥିଲେ। ସେ ଏହି ନେଟଓ୍ବାର୍କିଂ ସାଇଟ୍ ଗୁଡିକରେ ନିଜର ଭିଡିଓ ତିଆରି କରି ଅପଲୋଡ୍ କରୁଥିଲେ। ଏପରିକି ତାଙ୍କର ଲକ୍ଷାଧିକ ପରିମାଣରେ ପ୍ରଶଂସକ ଥିଲେ।ତେବେ ଏହି ଫ୍ୟାନ୍ସଙ୍କ ଭିତରୁ ୪ ଜଣ ଏଭଳି ବାହାରିଲୋ ଯାହାଙ୍କ ବିରୋଧରେ  ଭିଡିଓ ତିଆରି କରୁଥିବା ଯୁବକ ଜଣକ ଅପ୍ରାକୃତିକ ଯୌନ ଶୋଷଣ କରିବାର ଅଭିଯୋଗ ଆରିଛନ୍ତି।

 ବିନୋଭା ଭାବେ ପୋଲିସ ପୀଡିତ ଯୁବକଙ୍କ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୭୭ ରୁଜୁ କରି ତାଙ୍କୁ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତମାନେ ପୀଡିତ ଯୁବକଙ୍କ ଦ୍ବାରା ପୋଷ୍ଟ କରାଯାଉଥିବା ଭିଡିଓକୁ ଫଲୋ କରୁଥିଲେ। ସେମାନେ ଏଭଳି କରିବା ସହ ତାଙ୍କର ନୋଟିଫିକେସନ୍ ଆଧାରରେ କୁର୍ଲାରେ ଥିବା ଘରେ ପହଁଞ୍ଚିଥିଲେ। ସେଠାରୁ ଏୟାରପୋର୍ଟ ସ୍ଥିତ ଏକ ହୋଟେଲକୁ ପୀଡିତ ଯୁବକଙ୍କୁ ନେଇଯାଇଥିଲେ।

ହୋଟେଲରେ ସମସ୍ତେ ପାର୍ଟି କରିଥିଲେ ଓ ଏହାପରେ ୪ ଜଣ ଯୁବକ ପୀଡିତ ଯୁବକଙ୍କୁ କାରରେ ବସାଇ ରାତିସାରା ମୁମ୍ବାଇର ସଡକରେ ବାରମ୍ବାର ଯୌନ ଶୋଷଣ କରିଥିଲେ। ପୀଡିତ ଯୁବକ ଜଣକ ଘର ଲୋକଙ୍କୁ ଏସବୁ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ନେଇ ବି.ବି ମାର୍ଗରେ ଥିବା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଏବେ ଘଟଣାର ତଦନ୍ତ ଜାରି ରହିଛି।