PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଦିନେ ଭାରତୀୟ ପ୍ରଫେସରଙ୍କୁ ସାହାଯ୍ୟ କରିଥିଲେ ଶାହାରୁଖ୍‌ଙ୍କ ଇଜିଫ୍ଟ ପ୍ରଶଂସକ, ଏବେ ଖୁସିହୋଇ ନିଜେ କିଙ୍ଗ ଖାନ୍ ତାଙ୍କ ନିକଟକୁ ପଠାଇଲେ ଏମିତି ଜିନିଷ…

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ । ତାଙ୍କର ପ୍ରଶଂସକ ମାନଙ୍କ ଭିତରେ ସବୁ ବୟସର ଲୋକ ରହିଛନ୍ତି । କିଛି ସମୟ ପୂର୍ବରୁ ଜଣେ ଭାରତୀୟ ପ୍ରଫେସର ଅଶ୍ୱିନୀ ଦେଶପାଣ୍ଡେ ସୋସିଆଲ ମିଡିଆରେ ଏକ ଉପନ୍ୟାସ ସେୟାର କରିଥିଲେ । ଏଥିରେ ସେ କହିଥିଲେ ଯେ ଇଜିପ୍ଟର ପ୍ରଶଂସକ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି, କାରଣ ସେ ଶାହାରୁଖଙ୍କ ଦେଶରୁ ଆସିଛନ୍ତି । ଏବେ କିଙ୍ଗ ଖାନ ସେହି ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି ।

ଅଶ୍ୱିନୀ ଦେଶପାଣ୍ଡେ ଶନିବାର ନିଜ ଟ୍ୱିଟରରେ ଚାରୋଟି ଫଟୋ ପୋଷ୍ଟ କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ ଶାହାରୁଖ ତାଙ୍କ ଇଜିପ୍ଟର ପ୍ରଶଂସକଙ୍କୁ ଏକ ଅଟୋଗ୍ରାଫ୍ ଚିତ୍ର ଏବଂ ଏକ ସ୍ବଲିଖିତ ନୋଟ୍ ପଠାଇଛନ୍ତି । ଏଥିସହ ତାଙ୍କ ଝିଅ ପାଇଁ ଏକ ଅଟୋଗ୍ରାଫ୍ ଫଟୋ ମଧ୍ୟ ପଠାଇଛନ୍ତି । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଅଶ୍ୱିନୀ ଦେଶପାଣ୍ଡେ କିଛି ସପ୍ତାହ ପୂର୍ବରୁ ଟ୍ୱିଟରରେ ଲେଖିଥିଲେ, ‘ଇଜିପ୍ଟର ଏଜେଣ୍ଟଙ୍କୁ ଯାତ୍ରା ପାଇଁ ଟଙ୍କା ଟ୍ରାନ୍‌ସଫର କରିବାକୁ ପଡୁଥିଲା । ତେବେ ଟଙ୍କା ଟ୍ରାନ୍‌ସଫର କରିବାରେ ଏକ ସମସ୍ୟା ଥିଲା । ଏଜେଣ୍ଟ କହିଥିଲେ, ଆପଣ କଣ ଶାହାରୁଖ ଖାନଙ୍କ ଦେଶରୁ ଆସିଛନ୍ତି । ମୁଁ ତୁମକୁ ଭରସା କରୁଛି । ଆଉ ଟିକେଟ ବୁକ୍ ବି କରିଦେଉଛି । ତୁମେ ମୋତେ ପରେ ଟଙ୍କା ଦେବ । ଶାହରୁଖ ଖାନ ଏବଂ ସେ ଆମକୁ ଯାହା ଦେଇଛନ୍ତି ତାହା ପାଇଁ ମୁଁ କିଛି କରିପାରିବି ।

ଏଥି ସହିତ ଶାହାରୁଖ ଖାନ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଲାଟେଷ୍ଟ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ କୌଣସି ଏକ ଉତ୍ପାଦ ବିଷୟରେ କହୁଥିବା ଦେଖିବାକୁ ମିଳିଥିଲା ​​। ଏହି ଭିଡିଓରେ ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ନଜର ଆସିଥିଲେ । ପ୍ରଶଂସକ ମାନେ ଏହା ଉପରେ ବହୁତ ଭଲ ପ୍ରତିକ୍ରିୟା ଦେଇଥିଲେ । ସୋସିଆଲ ମିଡିଆରେ ତାଙ୍କୁ ପୁଣି ଆକ୍ଟିଭ୍ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ ।

ସମ୍ବନ୍ଧିତ ଖବର