ବୁମରାଙ୍କୁ ପଛରେ ପକାଇ ଇତିହାସ ରଚିଲେ ଶାହିନ ଆଫ୍ରିଦି, ସବୁଠୁ ଯୁବ ପେସ୍ ବୋଲର ଭାବେ ଟି-୨୦ରେ କଲେ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ, ୨୬/ ୦୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଟି-୨୦ କ୍ରିକେଟରେ ନିଜ ନାମରେ ଯୋଡ଼ିଛନ୍ତି ଏକ ଖାସ୍ ରେକର୍ଡ। ଶାହିନ ଟି-୨୦ କ୍ରିକେଟରେ ୧୦୦ ଓ୍ବିକେଟ ନେବାରେ ସବୁଠାରୁ ଯୁବ ପେସ୍ ବୋଲର ହୋଇଛନ୍ତି। ସେ ଏହି ମାମଲାରେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତି ବୁମରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ବୁମରା ୨୩ ବର୍ଷ ୫୭ ଦିନରେ ଟି-୨୦ କ୍ରିକେଟରେ ୧୦୦ ଓ୍ବିକେଟ ନେଇଥିଲେ। ଶାହିନ ୨୦ ବର୍ଷ ୩୨୬ ଦିନରେ ଏହି ସଫଳତା ପାଇଛନ୍ତି।
ଶାହିନ ପାକିସ୍ତାନ ସୁପର ଲିଗର ୨୦୨୧ ସଂସ୍କରଣର ୭ମ ମ୍ୟାଚରେ ଏହି କାରନାମା କରିଛନ୍ତି। ହେଲେ ଟି-୨୦ କ୍ରିକେଟରେ ସବୁଠୁ କମ୍ ବୟସରେ ୧୦୦ ଓ୍ବିକେଟ ନେବା ବୋଲର ଭାବେ ଆଗରେ ଆଫଗାନିସ୍ତାନର ମୁଜିବ ଉର ରହମାନ ଅଛନ୍ତି। ସେ ୧୮ ବର୍ଷ ୨୭୧ ଦିନରେ ଟି-୨୦ କ୍ରିକେଟରେ ୧୦୦ ଓ୍ବିକେଟ ନେଇଥିଲେ। ମୁଜିବରଙ୍କ ପରେ ଆଫଗାନିସ୍ତାନର ରସିଦ ଖାନ୍ ଯିଏକି ୧୮ ବର୍ଷ ୩୬୦ ଦିନରେ ଏହି କାରନାମା କରିଥିଲେ।