ଶାହିଦ ଅଫରୀଦୀ ଏବେ ୫ଟି ଝିଅର ବାପା, ଫ୍ୟାନ୍ସ କହିଲେ-ମହିଳା କ୍ରିକେଟ ଟିମ୍ ତିଆରି କରିବ କି ?

ପାକିସ୍ତାନ ୧୫।୨ : ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଅଫରୀଦୀଙ୍କ ପାଇଁ ଆସିଛି ଖୁସି ଖବର । ଅଫରୀଦୀଙ୍କ ଘରେ ଓ ବାହାରେ ଜମିଛି ଖୁସିର ମାହୋଲ। ୫ଟି କନ୍ୟାର ବାପା ହେଲେ ଶାହିଦ। ପୂର୍ବରୁ ୪ଟି କନ୍ୟା ଥିବାବେଳେ ଆଉ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି। ଇଂଷ୍ଟାଗ୍ରାମରେ ଏହି ଧାକଡ଼ ଖେଳାଳୀଙ୍କ ପୁରା ଦୁନିଆ ସହିତ ଖୁସି ଖବରକୁ ସେୟାର କରିଛନ୍ତି।

ଶାହିଦ ନିଜ ପୋଷ୍ଟରେ ଲେଖିଛନ୍ତି କି, ଈଶ୍ବରଙ୍କ ଅସୀମ ଆର୍ଶୀବାଦ ଏବଂ ଦୟା ତାଙ୍କ ଉପରେ ରହିଛି। ତାଙ୍କର ୪ଟି କନ୍ୟା ପୂର୍ବରୁ ଥିଲେ। ଆଉ ଜଣେ କନ୍ୟା ସନ୍ତାନ ଆସିବାରୁ ଘରେ ଏକ ଖୁସିର ମାହୋଲ ଖେଳି ଯାଇଛି। ସମସ୍ତଙ୍କ ସହିତ ଏହି ଖୁସି ଖବର ସେୟାର କରିବାକୁ ଚାହୁଁଛନ୍ତି ବୋଲି ଶାହିଦ ପୋଷ୍ଟରେ ଲେଖିଛନ୍ତି।

ଶାହିଦ ଅଫରୀଦୀ କିଛି ଦିନ ପୂର୍ବରୁ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସିଥିଲେ। ସେ କହିଥିଲେ କି, ତାଙ୍କ ଝିଅ ହିନ୍ଦୀ ସିରିଏଲ୍ ଦେଖି ପୂଜା ଆରତିର ନକଲ କରିବାରୁ ସେ ରାଗି ଯାଇ ନିଜ ହାତରେ ଟିଭି ଭାଙ୍ଗି ଦେଇଥିଲେ।

ଏହାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଏକ ସାକ୍ଷାତକାରରେ ଶାହିଦଙ୍କୁ ପଚରାଯାଇଥିଲା କି, ଆପଣ କେବେ ଟିଭି ଭାଙ୍ଗିଛନ୍ତି କି ? ଏହି ପ୍ରଶ୍ନର ଜବାବ୍ ଦେଇ ସେ କହିଥିଲେ, ପତ୍ନୀଙ୍କ ଯୋଗୁଁ ଥରେ ଟିଭି ଭାଙ୍ଗିଥିଲେ।  

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ