ହାତ ମିଳେଇଲେ ଶାହିଦ୍ କପୁର ଓ ‘ରଙ୍ଗ୍ ଦେ ବସନ୍ତୀ’ ନିର୍ଦ୍ଦେଶକ – ପରଦାକୁ ଆଣିବେ ମହାଭାରତ

ମୁମ୍ୱାଇ – ଶାହିଦ୍ କପୁର ଶେଷରେ ବକ୍ସ ଅଫିସ୍ରେ ଯେଉଁ ଧମାକା କରିଥିଲେ , ଏହାର ଗୁଞ୍ଜରଣ ଏବେ ବି ଶୁଣିବାକୁ ମିଳେ । ଆମେ କହୁଛୁ ଫିଲ୍ମ କବୀର ସିଂହ କଥା , ଶାହିଦ୍ କପୁରଙ୍କର ଏହା ଥିଲା ଶେଷ ଫିଲ୍ମ । କବୀର ସିଂହ ସାଉଥ୍ ଫିଲ୍ମ ଅର୍ଜୁନ୍ ରେଡ୍ଡୀ ଫିଲ୍ମର ହିନ୍ଦୀ ରିମେକ୍ ଥିଲା , ଯେଉଁଥିରେ ବକ୍ସ ଅଫିସ୍ରେ ସେ ଭୂକମ୍ପ ସୃଷ୍ଟି କରିଥିଲେ।
‘ତାଣ୍ଡବ’ର ଡାଇରେକ୍ଟର ମାଗିଲେ କ୍ଷମା , କହିଲେ – କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ
ବର୍ତ୍ତମାନ ଶାହିଦ୍ କପୁର ନିଜର ଆଗାମୀ ଫିଲ୍ମ ଜର୍ସିକୁ ନେଇ ବ୍ୟସ୍ତ । ଏହି ଭିତରେ ମିଡ଼ିଆ ରିପୋର୍ଟ ମୁତାବିକ ଖବର ସାମନାକୁ ଆସିଛି କି , ଶାହିଦ୍ କପୁର ରାକେଶ ଓମ୍ପ୍ରକାଶଙ୍କ ମହାଭାରତ ଫିଲ୍ମରେ ନଜର ଆସିପାରନ୍ତି । ମିଡ଼ିଆ ଗସିପ୍ସର ଆଧାରରେ ଏହି ମହାକାବ୍ୟର କର୍ଣ୍ଣଙ୍କ ଚରିତ୍ର ଉପରେ ଏହି ଫିଲ୍ମଟି ତିଆରି ହେବ । ଆଉ ଏଥିରେ ଏହି ଭୂମିକାଟି ଶାହିଦ୍ କପୁର କରିପାରନ୍ତି । ହେଲେ ଏପରି କୌଣସି ଖବର ଔପଚାରିତ ଭାବେ ଘୋଷଣା ହୋଇନାହିଁ ।
ସନ୍ଦେସେ ଆତେ ହୈ …ଗୀତ ଗାଇ ସମସ୍ତଙ୍କର ହୃଦୟ ଜିଣିଲେ ଯୁବକ – ରବିନା ଟଣ୍ଡନ ବି କଲେ ପ୍ରଶଂସା …ଭାଇରାଲ ଭିଡ଼ିଓ
ଏହା ଏବେ ବି ସ୍ପଷ୍ଟ ହୋଇନାହିଁ କି ଫିଲ୍ମଟି ଏକ ଆଧୁନିକ ସମକାଳୀନ ବିଷୟ ଉପରେ ହେବ ନା ପୌରାଣିକ କଥାବସ୍ତୁକୁ ଏଥିରେ ଦର୍ଶାଯିବ । କିନ୍ତୁ ବଲିଉଡ୍ ହଙ୍ଗାମାର ରିପୋର୍ଟର ଦାବି କି ଏହି ଫିଲ୍ମ କର୍ଣ୍ଣଙ୍କ ଉପରେ ଆଧାରିତ ହେବ , ଯେଉଁଥିରେ ଶାହିଦ୍ କପୁର ଏହି ଚରିତ୍ରରେ ନଜର ଆସିବେ ।
ଭାଗ୍ ମିଲଖା ଭାଗ୍ ଓ ରଙ୍ଗ୍ ଦେ ବସନ୍ତୀ ଭଳି ଫିଲ୍ମ କରିଥିବା ରାକେଶ ଓମ୍ ପ୍ରକାଶ ମେହରା ବହୁ ଦିନରୁ କର୍ଣ୍ଣଙ୍କ ଉପରେ ଆଧାରିତ ଏକ ପ୍ରୋଜେକ୍ଟ କରିବାକୁ ଚାହୁଁଥିଲେ ଏବଂ ଏବେ ସେ ନିଜର ଏହି ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି ।