‘କବୀର ସିଂହ’ର ଟିଜର ରିଲିଜ, ଦର୍ଶକଙ୍କୁ ଦିୱାନା କଲା ସାହିଦଙ୍କ ଦମଦାର ଅଭିନୟ

ମୁମ୍ବାଇ ୮/୪: ଫିଲ୍ମ ‘କବୀର ସିଂହ’ର ଦମଦାର ଟିଜର ରିଲିଜ ହୋଇଛି । ଏହି ଟିଜରରେ ସାହିଦ କପୁର ଓ କିଆରା ଆଡଭାନୀ ଲିଡ୍ ରୋଲରେ ନଜର ଆସିଛନ୍ତି । ଟିଜରଟି ଜବରଜସ୍ତ ହୋଇଛି । ଟିଜରରେ ସାହିଦ କପୁରଙ୍କ ଦମଦାର ଅଭିନୟ ନଜର ଆସିଛି । ଜଣାପଡୁଛି କବୀର ସିଂହ ଫିଲ୍ମଟି ସାଉଥ୍ ଫିଲ୍ମ ଅର୍ଜୁନ୍ ରେଡ୍ଡୀର ହିନ୍ଦୀ ରିମେକ୍ । ଏହି ଫିଲ୍ମରେ ସାହିଦ କବୀର ସିଂହ ଭୂମିକାରେ ନଜର ଆସିବେ । ସାହିଦ ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିଲେ । ତେବେ ବଡ ପରଦାରେ ପ୍ରଥମ ଥର ପାଇଁ ସାହିଦ ଓ କିଆରା ରୋମାନ୍ସ କରିବା ନଜର ଆସିବେ । ଅବଶ୍ଯ ଏହା ତାଙ୍କର ପ୍ରଥମ ଫିଲ୍ମ କିନ୍ତୁ ଉଭୟ ଉର୍ବଶୀ ଗୀତରେ ଏକାଠି ନଜର ଆସିଥିଲେ । ୟୁଟ୍ଯୁବରେ ଏହି ଗୀତ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

ଯଦି ସାଉଥି ଇଣ୍ଡିଆନ୍ ଫିଲ୍ମ ଅର୍ଜୁନ୍ ରେଡ୍ଡୀ କଥା କହିବା ତେବେ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା । ଫିଲ୍ମରେ ବିଜୟ ଦେୱରକୋଣ୍ଡା ଓ ଶାଳିନୀ ପାଣ୍ଡେଙ୍କ ଯୋଡି ନଜର ଆସିଥିଲା । ସାଉଥରେ ଏହି ଫିଲ୍ମର ସଫଳତାକୁ ଦେଖି ମେକର୍ସ ଏହାକୁ ହିନ୍ଦୀରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଟିଜର ରିଲିଜ କରିବା ପୂର୍ବରୁ ମେକର୍ସ ଏହାର ପୋଷ୍ଟର ମଧ୍ଯ ସୋସିଆଲ ମିଡିଆରେ ଜାରି କରିଥିଲେ । ଏହି ପୋଷ୍ଟରରେ ସାହିଦ କପୁର ସିଗାରେଟ୍ ଟାଣୁଥିବାରୁ ଦୃଶ୍ଯ ରହିଥିଲା ।

କିୟାରା ଆଡଭାନୀଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ ତାରା ସୁତାରିଆଙ୍କୁ ମେକର୍ସ ସାଇନ୍ କରିବାକୁ ଚାହୁଁଥିଲେ । କିନ୍ତୁ ଷ୍ଟୁଡେଣ୍ଟ ଅଫ ଦ ଇୟର-୨ରେ ବ୍ୟସ୍ତ ରହିବା କାରଣରୁ ମେକର୍ସ କିଆରାଙ୍କୁ ଏହି ଫିଲ୍ମ ପାଇଁ ଫାଇନାଲ କଲେ । ସାହିଦ କପୁର ଓ କିଆରା ଆଡଭାନୀଙ୍କ ଏହି ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…