ଅକ୍ଟୋବରରୁ ସୁଟିଂ ସେଟ୍‌କୁ ଫେରିବେ ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କୁ ଆଗକୁ ତେଲଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌ରେ ଦେଖିବାକୁ ମିଳିବ । କରୋନା କାରଣରୁ ଫିଲ୍ମର ସୁଟିଂ ବାଧାପ୍ରାପ୍ତ ହୋଇଥିବାବେଳେ ଆସନ୍ତା ମାସରୁ ଶାହିଦ୍‌ ପୁଣି ଏହାର ସୁଟିଂସେଟ୍‌କୁ ଫେରିବେ ବୋଲି ଜଣାପଡ଼ିଛି ।

ଏ ସଂପର୍କରେ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଶାହିଦ୍‌ ତାଙ୍କ କ୍ରିକେଟ୍‌ ଦକ୍ଷତା ବୃଦ୍ଧି ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରୁ ‘ଜର୍ସି’ର ସୁଟିଂ ପାଇଁ ଏକ ୧୫ ଦିନିଆ ସିଡ୍ୟୁଲ ସ୍ଥିର କରାଯାଇଛି । ଏହି ସମୟରେ ଡେରାଡୁନ୍‌ ଏବଂ ଚଣ୍ଡିଗଡ଼ରେ ସୁଟିଂ କରାଯିବ ।

ଶାହିଦ୍‌ଙ୍କ ସମେତ ଫିମେଲ୍‌ ଲିଡ୍‌ରେ ଥିବା ମୃଣାଳ ଠାକୁର ଓ ଆଉ କିଛି କଳାକାର ଏଥରକ ସୁଟିଂରେ ଭାଗ ନେବେ ।’ କ୍ରିକେଟ୍‌କୁ ଭଲ ପାଉଥିବା ଜଣେ ବାପା ଓ ତାଙ୍କ ପୁଅ ମଧ୍ୟରେ ସଂପର୍କକୁ ନେଇ ଫିଲ୍ମଟି ଗତିଶୀଳ । ଗୌତମ ଟିନ୍ନାନୁରୀ ଏହାର ନିର୍ଦ୍ଦେଶନାରେ ଅଛନ୍ତି ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ