ଚିନ୍ମୟାନନ୍ଦ ମାମଲାରେ ପୀଡିତାଙ୍କ ବିସ୍ଫୋରକ ବୟାନ:ମୋର ଗାଧୋଇବା ସମୟର ଭିଡିଓ ଦେଖାଇ କରାଯାଉଥିଲା ବ୍ଲାକମେଲ୍

ନୂଆଦିଲ୍ଲୀ,୧୪।୯: ଉତ୍ତର ପ୍ରଦେଶର ଶାହଜାହଁପୁରରେ ଦୁଷ୍କର୍ମ ଏବଂ ଯୌନ ଶୋଷଣ ମାମଲାରେ ଘେରି ହୋଇଥିବା ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ମାମଲା ପ୍ରତିଦିନ ନୂଆ ମୋଡ ନେଉଛି। ଯୌନ ଶୋଷଣ ହୋଇଥିବା ନେଇ ଅଭିଯୋଗ ଆଣିଥିବା ପୀଡିତା ଆଇନ ଛାତ୍ରୀଙ୍କ ଦେଇଛନ୍ତି ଆଉ ଏକ ବିସ୍ଫୋରକ ବୟାନ ସେ କହିଛନ୍ତି, ତାଙ୍କର ଗାଧୋଇବା ସମୟର ଭିଡିଓ ଭାଇରାଲ କରାଇଦେବାର ଧମକ ଦେଇ  ତାଙ୍କୁ ଚିନ୍ମୟାନନ୍ଦ ଦୁଷ୍କର୍ମ କରୁଥିଲେ । ଏହି ମାମଲାରେ ୪୩ଟି ଭିଡିଓ ପୀଡିତା ଏସଆଇଟିକୁ ପ୍ରଦାନ କରିଛନ୍ତି। ଏହା ସହ ପୀଡିତା କହିଛନ୍ତି, ଚିନ୍ମୟାନନ୍ଦ ତାଙ୍କ ସହିତ ଦୁଷ୍କର୍ମ କରୁଥିବାର ଭିଡିଓ ମଧ୍ୟ ସେ ତିଆରି କରିଥିଲେ। କିନ୍ତୁ ହଷ୍ଟେଲର ରୁମ୍ ଭିତରେ ସମସ୍ତ ପ୍ରମାଣକୁ ନଷ୍ଟ କରିଦିଆଯାଇଛି।

ଅନ୍ୟପକ୍ଷେ ପୀଡିତାଙ୍କ ବାପାଙ୍କର କହିବା ଅନୁସାରେ ଆପତ୍ତିଜନକ ଭିଡିଓକୁ ଗାୟବ କରିଦିଆଯାଇଛି। ଚିନ୍ମୟାନନ୍ଦଙ୍କ ବିରୋଧରେ ଧାରା ୩୭୬ ଓ ପ୍ରମାଣ ନଷ୍ଟ କରିବାର ଧାରା ବଢାଇବାର ଦାବି କରିଛନ୍ତି ସେ। ଏହା ସହ ସେ ଏଆଇଟିର ଯାଞ୍ଚକୁ ନେଇ ଭରସା ଅଛି ବୋଲି କହିଛନ୍ତି। ଏହା ପୂର୍ବରୁ ପୀଡିତା ଛାତ୍ରୀ କିଛି ଦିନ ତଳେ ନିଜର ଜଣେ ସାଙ୍ଗ ସହିତ ରାଜସ୍ଥାନରୁ ମିଳିଥିଲେ, ସେ ପ୍ରଥମ ଥର ପାଇଁ ଆସି ଏକ ନ୍ୟୁଜ ଚ୍ୟାନେଲ ସହ କଥା ହୋଇଥିଲେ। ସେ କହିଥିଲେ ଜଣେ ଝିଅକୁ ବ୍ଲାକମେଲ କରି ଚିନ୍ମୟାନନ୍ଦ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଝିଅଟି ଏହି ଘଟଣା ପରେ ଅତିଷ୍ଠ ହୋଇ ନିଜର ଚଷମାରେ ଲାଗିଥିବା ହିଡେନ୍ କ୍ୟାମେରାରେ ଭିଡିଓ ତିଆରି କରିଥିଲେ।

ଯୁବକ ଜଣକ କହିଥିଲେ ଚିନ୍ମୟାନନ୍ଦଙ୍କ ଲ କଲେଜରେ ସେ ଏବଂ ପୀଡିତ ଏକାଠି ପଢନ୍ତି। ତାଙ୍କର କହିବା ଅନୁସାରେ ଯେତେବେଳେ ଝିଅଟି ସହିତ ତାଙ୍କର ବନ୍ଧୁତ୍ବ ହୋଇଥିଲା। ସେତେବେଳେ ସେ ଜାଣିଥିଲେ ଚିନ୍ମୟାନନ୍ଦ ତାଙ୍କୁ ଚାକିରି ଦେଇଥିଲେ, ହଷ୍ଟେଲରେ ଗୋଟେ ରୁମ୍ ମଧ୍ୟ ଦେଇଥିଲେ। ଏହା ସହିତ ଖାଇବା ଏବଂ ରହିବା ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ଚିନ୍ମୟାନନ୍ଦ ନିଜର କୌଣସି ଲୋକ ଦ୍ବାରା ପୀଡିତାଙ୍କ ଗାଧୋଇବା ସମୟର ଭିଡିଓ ତିଆରି କରି ତାଙ୍କୁ ବ୍ଲାକମେଲ କରି ଲଗାତାର ଭାବରେ ଯୌନ ଶୋଷଣ କରୁଥିଲେ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ