ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ

ମୁମ୍ୱାଇ – ବଲିଉଡ୍‌ରେ ଦୁଇ ପ୍ରମୁଖ ଯୋଡ଼ି ହେଉଛନ୍ତି ଶାହାରୁଖ-କାଜୋଲ । ଉଭୟ ଅନେକ ସୁପରହିଟ୍‌ ଫିଲ୍ମ ଏକା ସାଥିରେ କରିଛନ୍ତି । ଆଉ ଏସବୁ କ୍ଲକ୍‌ବ୍ଲଷ୍ଟର ହିଟ୍‌ ସାବ୍ୟସ୍ତ ହୋଇଛି । ଦର୍ଶକ ମଧ୍ୟ ଏହି ଯୋଡ଼ିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି । ଏବେ ଏହି ସୁପରହିଟ୍‌ ରିଲ୍‌ ଲାଇଫ୍‌ ଯୋଡ଼ି ଶାହାରୁଖ-କାଜୋଲ ଲଣ୍ଡନରେ ରହିବାକୁ ଯାଉଛନ୍ତି । ଏବେ ଏହି ଖବର ସାମନାକୁ ଆସିଛି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସେମାନେ କଣ ବଲିଉଡ୍‌ ଛାଡ଼ି ଲଣ୍ଡନକୁ ପଳାଇବେ କି ?  ନା ସେମିତି ନୁହେଁ ମ ।

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ  ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’ (ଡିଡିଏଲଜେ)ର ୨୫ବର୍ଷ ପୁରୁଛି । ଏନେଇ ଆସନ୍ତା ବର୍ଷ ୨୦୨୧ରେ ଲଣ୍ଡନରେ ଲିସେଷ୍ଟର ଚୌକରେ ଏହାର ନାୟକ ଶାହାରୁଖ ଖାନ ଓ ନାୟିକା କାଜୋଲଙ୍କର ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତୀର ଅନାବରଣ କରାଯିବ।  

‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’ ଏକ ପ୍ରେମ କାହାଣୀ , ଯାହା ୨୦ ଅକ୍ଟୋବର ୧୯୯୫ ମସିହାରେ ରିଲିଜ୍‌ ହୋଇଥିଲା ।  ଏଥିରେ ଶାହାରୁଖ ଖାନ୍‌ ଓ କାଜୋଲ , ଯଥାକ୍ରମେ  ରାଜ୍‌ ଏବଂ ସିମରନ ଭୂମିକାରେ ନଜରା ଆସିଥିଲେ । ଦୁହେଁ ପରସ୍ପରକୁ  ପ୍ରେମ କରୁଥିଲେ ।

‘ହାର୍ଟ ଅଫ୍‌ ଲଣ୍ଡନ ବିଜନେସ୍‌ ଅଲାଏନ୍ସ’  ସୋମବାର  ଦିନ ଏହି ଘୋଷଣା କରି କହିଥିଲେ କି  ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’ର ଏହି ପ୍ରତିମା ଲଣ୍ଡନର ମଧ୍ୟ ଭାଗରେ ଥିବା ଲିସେଷ୍ଟର ଚୌକ ଠାରେ ଦୃଶ୍ୟାୟନ ହୋଇଥିବା ଫିଲ୍ମ ଦୃଶ୍ୟର ଏକ ଅଂଶ ହେବ  ।  

 ଫିଲ୍ମର କେଉଁ ଦୃଶ୍ୟଟିକୁ ପ୍ରତିମାରେ ସ୍ଥାନ ମିଳିବ –

 ଉକ୍ତ ଫିଲ୍ମରେ ଏକ ଦୃଶ୍ୟରେ ରାଜ୍‌ ଓ ସିମରନ୍‌ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି ଏବଂ ସେତେବେଳେ ଉଭୟ ପରସ୍ପରକୁ ଜାଣିନଥାନ୍ତି । ଏହି ଦୃଶ୍ୟ ଲିସେଷ୍ଟର ଚୌକରେ ଦୃଶ୍ୟାୟନ ହୋଇଥିଲା । ଏହା ବ୍ୟତୀତ ଆଉ ଅନେକ ଦୃଶ୍ୟ ଏହି ସ୍ଥାନର । ୟଶରାଜ ଫିଲ୍ମ ପକ୍ଷରୁ ଜାରି ବୟାନରେ କୁହାଯାଇଛି କି ଲିସେଷ୍ଟର ଚୌକ ଠାରେ ଥିବା ଓଡିଓନ ସିନେମାର ବାହାରେ ପୂର୍ବ ଭାଗରେ ଏହି ପ୍ରତିମୂର୍ତ୍ତୀକୁ ଲଗାଯିବ । ଏହି ପ୍ରତିମୂର୍ତ୍ତୀର ଅନାବରଣ  ଆସନ୍ତା ବର୍ଷ କରାଯିବ । ଆୟୋଜକମାନେ ଆଶା କରିଛନ୍ତି କି ଶାହାରୁଖ ଓ କାଜୋଲ ଏହି ସମୟରେ ଉପସ୍ଥିତ ରହିବେ ।

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌