PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିବାହର ପ୍ରଥମ ରାତିକୁ ନେଇ ଶାହାରୁଖଙ୍କ ମନରେ ଏବେ ବି ରହିଛି ଏହି ଦୁଃଖ, ଗୌରିଙ୍କ ସମ୍ପର୍କରେ କହିଲେ ଏହା…

ମୁମ୍ବାଇ,୧୬।୪: ବଲିଉଡର କିଙ୍ଗ ଖାନ୍ ଅର୍ଥାତ ଶାହାରୁଖ ଖାନ୍ ଫିଲ୍ମରେ ନିଜର ଯୋରଦାର ରୋମାନ୍ସକୁ ନେଇ ବେଶ୍ ଚର୍ଚ୍ଚିତ। ତେବେ ନିକଟରେ ଏକ ଇଣ୍ଟରଭ୍ୟୁରେ ଶାହାରୁଖ ନିଜ ଜୀବନ ବିଷୟରେ ଏଭଳି ଏକ କଥା କହିଥିଲେ, ଯାହାକି ଏପଯ୍ୟନ୍ତ କେବେ ସେ କହିନଥିଲେ। ଏଥର ଶାହାରୁଖ ତାଙ୍କର ଡାର୍କ ସାଇଡ୍ ସମ୍ପର୍କରେ କଥା ହୋଇଥିଲେ। ଏବେ ଯଦିଓ ଶାହାରୁଖ ସଫଳତାର ଶୀର୍ଷରେ ପହଁଞ୍ଚିସାରିଛନ୍ତି, କିନ୍ତୁ ବଲିଉଡର ବାଦଶାହା ହେବା ପୂର୍ବରୁ ତାଙ୍କୁ କରିବାକୁ ପଡିଛି ଖୁବ୍ ସଂଘର୍ଷ। ଏହି କଠିନ ପରିସ୍ଥିତିରେ ଶାହାରୁଖଙ୍କ ଜୀବନରେ ଢାଲ ଭଳି ସବୁବେଳେ ତାଙ୍କ ସ୍ତ୍ରୀ ଗୌରି ଖାନ୍ ରହିଆସିଛନ୍ତି।

source: https://www.deccanchronicle.com

ଶାହାରୁଖ କହିଛନ୍ତି, ‘ଯେଉଁ ଦିନ ଆମର ବାହାଘର ହୋଇଥିଲା ସେ ଦିନ ଆମେ ମୁମ୍ବାଇ ପଳାଇ ଆସିଥିଲୁ। ଆମେ ଦୁହେଁ ନିଜର ସହର ଛାଡି ନୂଆ ଜାଗାକୁ ଆସିଥିଲୁ। ବାହାଘରର ପ୍ରଥମ ରାତି ଆମେ ଫିଲ୍ମ ସେଟ୍ ରେ ବିତାଇଥିଲୁ।  ଏତେ କଷ୍ଟ ଓ ସମସ୍ୟା ପରେ ମଧ୍ୟ ଗୌରିଙ୍କର କେବେ ଅଭିଯୋଗ ନଥିଲା। ମୁଁ ଗୌରିଙ୍କ ସହ ଏଭଳି କଥା ହେଉଥିଲି, ଯାହାକି ମୁଁ ମଧ୍ୟ ବୁଝିପାରୁନଥିଲି। କିନ୍ତୁ ଗୌରି ସବୁବେଳେ ମୋର ସାଥ୍ ଦେଇଥିଲେ। ୨-୩ ବର୍ଷ ପର୍ଯ୍ୟନ୍ତ ଆମକୁ ଏଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡିଥିଲା।’

source: https://www.bollywoodshaadis.com

ଶାହାରୁଖ ଆହୁରି କହିଛନ୍ତି , ଆମେ ଖୁସିରେ ଜୀବନ ବିତାଇବାକୁ ଚାହୁଁଥିଲୁ। କିନ୍ତୁ  କେବେ ମୁଁ ଭାବିନଥିଲି ଷ୍ଟାର ହୋଇଯିବି। ମୋତେ ଷ୍ଟାରଡମର କୌଣସି ଆଶା ନଥିଲା। ମୋ ଆଗରେ ଗୌରି କୌଣସି ସର୍ତ୍ତ ରଖିନଥିଲେ। ମୁଁ କେବଳ ଗୌରିଙ୍କୁ କହୁଥିଲି  ମୁଁ ଫିଲ୍ମ କରିବି ଓ ପରେ ଦେଖିବ ମୁଁ କେଉଁଠି ପହଁଞ୍ଚୁଛି। ମୋତେ ହିଟ୍ ଓ ଫ୍ଳପ ଫିଲ୍ମ ବିଷୟରେ କୌଣସି ଜ୍ଞାନ ନଥିଲା। ମୁଁ ବାସ୍ କାମ କଲି ଓ ସବୁଠାରୁ ପ୍ରଥମେ ଘର କିଣିଲି। ‘ଦିଲଓ୍ବାଲେ ଦୁଲହନିୟା ଲେ ଜାଏଙ୍ଗେ’ ଫିଲ୍ମ ଯେତେବେଳେ ଆମେ ଦେଖିଥିଲୁ ସେତେବେଳେ ଗୌରିଙ୍କ ଜନ୍ମଦିନ ଥିଲା। ଆମେ ‘ମନ୍ନତ’(ଶାହାରୁଖଙ୍କ ଘର)ରେ ଏକ ସୁନ୍ଦର ପାର୍ଟି ରଖିଥିଲୁ। କିନ୍ତୁ ପାର୍ଟି ଦିନ ଘରେ ବିଜୁଳି ନଥିଲା, କାରଣ ଆମେ ପୁରାପୁରି ଘରକୁ ସିଫ୍ଟ ହୋଇନଥିଲୁ। ଆଦି ଓ କରନ୍ ଦୁହେଁ ଘରେ କ୍ୟାଣ୍ଡେଲ ଲଗାଇଥିଲେ। ଏହି ମୁହୁର୍ତ୍ତ ଆମ ଜୀବନର ଖୁବ୍ ସୁନ୍ଦର ସମୟ ଥିଲା ବୋଲି କହିଛନ୍ତି କିଙ୍ଗ ଖାନ୍।

source: https://www.dnaindia.com

ନିଜ ଜୀବନର ବହୁ ଖରାପ ସମୟ ସମ୍ପର୍କରେ ମଧ୍ୟ ଶାହାରୁଖ କହିବାକୁ ପଛାଇ ନାହାଁନ୍ତି ଏହି ସାକ୍ଷାତକାରରେ। ଶାହାରୁଖ କହିଛନ୍ତି ତାଙ୍କ ଜୀବନରେ କେବେ ଖରାପ ସମୟ ତ ଆଉ କେବେ ଭୟଙ୍କର ସମୟ ଆସିଛି। ବଡ ପୁଅ ଆର୍ୟାନଙ୍କ ପୂର୍ବରୁ ଗୌରିଙ୍କର କିଛି ମିସକ୍ୟାରେଜ୍(ଗର୍ଭପାତ) ହୋଇଥିଲା। ତେବେ ସେ ସବୁ ଖରାପ ସମୟ ବିତିଯିବା ପରେ ଆର୍ୟାନ ଜନ୍ମ ନେଇଥିଲେ। ଆମ ପଇଁ କିଛି ଦିନ କଠିନ ଥିଲା। ସୁହାନାଙ୍କ ଆସିବା ନେଇ ଆମେ ଦୁହେଁ ଖୁବ୍ ଏକ୍ସାଇଟେଡ୍ ଥିଲୁ। ବହୁ ବର୍ଷ ପରେ ଆମ ଦୁହିଁଙ୍କୁ ଲାଗିଲା ଆମ ଜୀବନରେ ତୃତୀୟ ସନ୍ତାନ ଆସୁ। ଏହାପରେ ଆବରାମ ଆସିଥିଲେ ବୋଲି କହିଛନ୍ତି ଶାହାରୁଖ।