ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଭଲ ନାହିଁ କିଙ୍ଗ୍‌ ଖାନଙ୍କ ସ୍ବାସ୍ଥ୍ୟବସ୍ଥା, ବିଶ୍ରାମ ନେବାକୁ କହିଲେ ଡାକ୍ତର

ଅହମ୍ମଦାବାଦ: କିଙ୍ଗ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି । ଅଭିନେତା ଶାହରୁଖ ଖାନଙ୍କ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶାରିରୀକ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଯଦିଓ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ତଥାପି ସେ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି । ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ, ଶାହରୁଖ ଖାନ ଡିହାଇଡ୍ରେସନ୍‌ର ଶିକାର ହୋଇଥିଲେ । 

ମେ’ ୨୧ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କେକେଆର ଏବଂ ଏସଆରଏଚ୍‌ ମ୍ୟାଚ୍‌ ଦେଖିବାକୁ ପହଞ୍ଚିଥିଲେ ଶାହରୁଖ । ଏହି ମ୍ୟାଚ୍‌ରେ କେକେଆର ବିଜୟୀ ହେବା ସହ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚ ପାଇଁ ଶାହରୁଖ ଦୁଇ ଦିନ ପାଇଁ ଅହମ୍ମଦାବାଦ ଆସିଥିଲେ । ମ୍ୟାଚ୍‌ ଶେଷ ହେବା ପରେ ପଡ଼ିଆରେ ଦୀର୍ଘ ସମୟ ଧରି ରହିଥିଲେ ଶାହରୁଖ । ଏହା ପରେ କେକେଆର ଟିମ ସହ ଏକ ପଞ୍ଚ ତାରକା ହୋଟେଲ ପହଞ୍ଚିଥିଲେ । ସେଠାରେ ଟିମ୍‌ ସମେତ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । 

ତାପରଦିନ ଅର୍ଥାତ ମେ ୨୨ (ବୁଧବାର) ସକାଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା।  ଦ୍ବିପ୍ରହର ୧ଟା ବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ହୋଟେଲକୁ ଫେରିଥିଲେ ଶାହରୁଖ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ତାଙ୍କୁ ଅଧିକ ସମୟ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ସେପଟେ ଅହମ୍ମଦାବାଦରେ ଗରମ ରେକର୍ଡ ଭାଙ୍ଗିଛି । ସହରର ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଏହାକୁ ନେଇ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ମଧ୍ୟ ଜାରି ହୋଇଛି । 

  • health care
  • Shahrukh Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.