ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବରୁଣ ଧଓ୍ବନଙ୍କ ପରେ ଶ୍ରଦ୍ଧା କପୁରଙ୍କ ପାଳି, ବିବାହକୁ ନେଇ ମୁହଁ ଖୋଲିଲେ ବାପା ଶକ୍ତି କପୁର

ମୁମ୍ବାଇ ୨୮।୧ : ବଲିଉଡ ଅଭିନେତା ବରୁଣ ଧଓ୍ବନ- ନତାଶା ଦଲାଲଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଶ୍ରଦ୍ଧା କପୁର ରୋହନ ଶ୍ରେଷ୍ଠଙ୍କୁ ଡେଟ କରୁଛନ୍ତି। ରୋହନ ଶ୍ରେଷ୍ଠ ଜଣେ ଜଣାଶୁଣା ଫଟୋଗ୍ରାଫର। ରୋହନ ବରୁଣ ଧଓ୍ବନଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ। ବରୁଣ ଧୱନ ତାଙ୍କ ଟ୍ୱିଟରେ ସଙ୍କେତ ଦେଇଛନ୍ତି ଯେ, ଫଟୋଗ୍ରାଫର ରୋହନ ଶ୍ରେଷ୍ଠ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା କପୁରଙ୍କୁ ବିବାହ କରିପାରନ୍ତି। ତେବେ ଏହି ସମ୍ପର୍କରେ ଶକ୍ତି କପୁରଙ୍କ ବୟାନ ସାମ୍ନାକୁ ଆସିଛି।

{"id":211519,"width":607,"height":341,"sizeSlug":"large","linkDestination":"none"}

ଝିଅର ବିବାହ ସମ୍ପର୍କରେ ଶକ୍ତି କପୁର ଇ-ଟାଇମ୍ସକୁ କହିଛନ୍ତି ଯେ, ‘ଇଣ୍ଟରନେଟରେ କ’ଣ ତାଲୁଛି ମୋତେ ଜଣା ନାହିଁ। କିନ୍ତୁ ମୁଁ ସବୁବେଳେ ମୋ ଝିଅ ସାଙ୍ଗରେ ଛିଡା ହୋଇ ରହିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ତାଙ୍କ ନିଷ୍ପତ୍ତିରେ ସବୁବେଳେ ରାଜି। ଏହି ନିଷ୍ପତ୍ତିରେ ତାଙ୍କ ବିବାହ ମଧ୍ୟ ସାମିଲ ରହିଛି। କେବଳ ରୋହନ କାହିଁକି ? ଯଦି ସେ ଆସି ମୋତେ କୁହନ୍ତି ଯେ, ମୁଁ କାହାକୁ ବାଛି ନେଇଛି, ତେବେ ମୋର କୌଣସି ଆପତ୍ତି ରହିବ ନାହିଁ ।

{"id":211520,"width":605,"height":403,"sizeSlug":"large","linkDestination":"none"}

ରୋହନଙ୍କ ବିଷୟରେ କଥାବାର୍ତ୍ତା କରି ଶକ୍ତି କପୁର କହିଛନ୍ତି ଯେ, ରୋହନ ଭଲ। ସେ ପିଲାଦିନରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଘରକୁ ଆସନ୍ତି। ଉଭୟ ପିଲାଦିନର ବନ୍ଧୁ । ତେବେ ଶ୍ରଦ୍ଧା କେବେହେଲେ କହି ନାହାନ୍ତି ଯେ, ରୋହନ ଏବଂ ତାଙ୍କର ବିବାହକୁ ନେଇ କିଛି ଯୋଜନା ଅଛି। ଶକ୍ତି କହିଛନ୍ତି ଯେ ସେ ରୋହନଙ୍କ ପିତା ରାକେଶ ଶ୍ରେଷ୍ଠଙ୍କୁ ଜାଣିଛନ୍ତି। ଦୁହେଁ ଏକାଠି ଅନେକ ଶୁଟ୍ କରିଛନ୍ତି, ରାତ୍ରୀ ଭୋଜନ କରିଛନ୍ତି । ଉଭୟ ଭଲ ବନ୍ଧୁ ।

{"id":211521,"width":611,"height":343,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.