ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ମୁମ୍ବାଇ,୧।୧୦: ପିଲାମାନଙ୍କର ସବୁଠାରୁ ପ୍ରିୟ ସୁପରହିରୋ ‘ଶକ୍ତିମାନ’ ସିରିଏଲ ସବୁବେଳେ ଖୁବ୍ ଲୋକପ୍ରିୟ ରହିଛି। କେହି ଏହାକୁ ଭାରତର ପ୍ରଥମ ସୁପରହିରୋ କହୁଛନ୍ତି ତ ଆଉ କେହି ଏହାକୁ ସବୁଠାରୁ ଶକ୍ତିଶାଳୀ କହୁଛନ୍ତି। ୯୦ ଦଶକ ରେ ଏହି ଶୋ’ ପିଲାଙ୍କ ଭିତରେ ଖୁବ୍ ପପୁଲାର ଥିଲା। କରୋନା ଲକଡାଉନ ସମୟରେ ଯେତେବେଳେ ଶକ୍ତିମାନ ପୁଣିଥରେ ଆରମ୍ଭ ହୋଇଗଲା, ଦର୍ଶକଙ୍କର ଖୁବ୍ ଭଲପାଇବା ଏହାକୁ ମିଳିଲା। ଏହାକୁ ଦେଖି ଏବେ ଫିଲ୍ମ ନିର୍ମାତ କରିବା ଦିଗରେ କିଛି ବଡ ଧରଣର ଯୋଜନା ପ୍ରସ୍ତୁତ ହେଉଥିବାର ଶୁଣିବାକୁ ମିଳୁଛି।

‘ଶକ୍ତିମାନ’କୁ ପୁଣିଥରେ ଆଣିବାର ଚର୍ଚ୍ଚା ବହୁ ଦିନ ଧରି ଚାଲିଛି। ନିଜେ ମୁକେଶ ଖାନ୍ନା ମଧ୍ୟ କହିଛନ୍ତି ଏହା ଉପରେ କାମ କରୁଛନ୍ତି। କିନ୍ତୁ ଏବେ ଯେଉଁ ଖବର ଆସୁଛି ତାହା ଫ୍ୟାନଙ୍କୁ ଖୁବ୍ ଉତ୍ସାହିତ କରିପାରେ। କୁହାଯାଉଛି ଯେ, ଶକ୍ତିମାନ ଉପରେ ଏବେ ଫିଲ୍ମ ତିଆରି କରାଯିବ। ଯେପରି ଆଭେଞ୍ଜରକୁ ଅଲଗା ଅଲଗା ପାର୍ଟରେ ରିଲିଜ୍ କରାଯାଇଥିଲା, ଠିକ୍ ସେଭଳି ଅନ୍ଦାଜରେ ଶକ୍ତିମାନକୁ ମଧ୍ୟ ତିଆରି କରାଯିବ। ଚର୍ଚ୍ଚା ହେଉଛି ଯେ, ଏହି ଫିଲ୍ମର ତିନୋଟି ପାର୍ଟ କରାଯିବ ଓ ଶକ୍ତିମାନର ଆରମ୍ଭଠାରୁ ନେଇ ଶେଷ ପର୍ଯ୍ୟନ୍ତ ଦେଖାଯିବ।

‘କ୍ରିସ୍’ ଓ ‘ରାଓ୍ବାନ୍’ ଠାରୁ ବି ଏହା ବଡ ଫିଲ୍ମ ହେବ। ଶକ୍ତିମାନକୁ ସବୁଠାରୁ ବଡ ସୁପରହିରୋ କୁହାଯାଉଛି। ଏପରିକି ଫିଲ୍ମର ବଜେଟ୍ ଖୁବ୍ ଅଧିକ ରହିବ ଓ ଏହାକୁ ବଡ ସ୍ତରରେ ରିଲିଜ୍ କରାଯିବ। ଏ ବିଷୟରେ ମୁକେଶ ଖାନ୍ନା କୁହନ୍ତି ଯେ, ଏହା କୌଣସି ସ୍ବପ୍ନଠାରୁ କମ୍ ନୁହେଁ। ତେଣୁ ଫିଲ୍ମ ପାଇଁ ଆମେ କୌଣସି ବଡ ଚେହେରାର ସନ୍ଧାନ କରୁଛୁ। ଯେଉଁ ପର୍ଯ୍ୟନ୍ତ ତାହା ଫାଇନାଲ ହୋଇନାହିଁ, ଆମେ କୌଣସି ପ୍ରକାର ଘୋଷଣା କରିପାରିବୁ ନାହିଁ। ମିଳିଥିବା ଖବର ଅନୁସାରେ-‘ଶକ୍ତିମାନ’ ଫିଲ୍ମର ପ୍ରଥମ ପାର୍ଟକୁ ୨୦୨୧ରେ ରିଲିଜ୍ କରାଯାଇପାରେ। ଫିଲ୍ମଟି ପିଲାଙ୍କୁ ବିଶେ​‌ଷ ଭାବରେ ଦୃଷ୍ଟିରେ ରଖି କରାଯାଇଛି। ଅଧର୍ମ ଉପରେ ଧର୍ମର ଜୟ ଏହି ଫିଲ୍ମର ଥିମ୍ ପୂର୍ବଭଳି ରହିବ। ଷ୍ଟାରକାଷ୍ଟ ବିଷୟରେ ଯଦି କଥା ହେବା ତେବେ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରିନାହିଁ। ମୁକେଶ ଖାନ୍ନା ଶକ୍ତିମାନ ହେବେ କି ନାହିଁ ତାହା ମଧ୍ୟ ଜଣାପଡିନି।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ଉପାସନା କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟରେ ହୁଏ ବୃଦ୍ଧି

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି