୨୦୨୦ରେ କେଉଁ ରାଶି ଉପରେ ରହିବ ଶନିଙ୍କ କୃପା ଓ କାହା ଉପରେ ରହିବ ବକ୍ର ଦୃଷ୍ଟି ଜାଣନ୍ତୁ…

ଆସନ୍ତା ବର୍ଷ ଅର୍ଥାତ ୨୦୨୦ ଆମ ପାଇଁ ଶୁଭମୟ ହେଉ। ଏହି କଥା ଆମେ ବର୍ଷ ଆରମ୍ଭ ନହେଉଣୁ ଭାବିସାରିବାଣି। କିନ୍ତୁ ଜ୍ୟୋତିଷ ଦୃଷ୍ଟିରୁ ଦେଖାଯିବ ତ ଏହି ବର୍ଷ ଶନିଙ୍କର ସାଢ଼େସାତୀ ରାଶିଗୁଡ଼ିକ ଉପରେ ପ୍ରଭାବ ପକାଇବ। ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛି ୨୦୨୦ରେ ଶନି କେଉଁ ରାଶି ଉପରେ ଭାରି ପଡ଼ିବେ ଏବଂ କେଉଁ ରାଶିଗୁଡ଼ିକ ଉପରେ ଶୁଭ ଫଳ ପ୍ରାପ୍ତ ହେବ।

୨୦୨୦ରେ ଶନି ଗ୍ରହ ଜାନୁଆରି ୨୪ରେ ଧନୁ ରାଶି ସହ ନିଜ ସ୍ବରାଶି ମକରରେ ଗୋଚର କରିବେ। ଏହା ସହିତ ସେହି ବର୍ଷ ମେ ୧୧ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଏହା ମକର ରାଶିରେ ବକ୍ର ହେବେ ଏବଂ ଡିସେମ୍ବର ୨୭ରେ ଅସ୍ତ ହେବେ। ଧନୁ ଓ ମକର ରାଶିରେ ପ୍ରଥମରୁ ହିଁ ଶନି ସାଢ଼େସାତୀର ପ୍ରଭାବ ଚାଲୁଛି। ଏବେ କୁମ୍ଭ ରାଶି ପାଇଁ ସାଢ଼େସାତୀର ପ୍ରଥମ ଚରଣ ବି ଆରମ୍ଭ ହୋଇଯିବ। ତେବେ ଆସନ୍ତୁ ଜାଣିବା ୨୦୨୦ରେ କେଉଁ ରାଶି ଶନିଙ୍କ ଘେରରେ ଆସିବେ।

ମେଷ ରାଶି : ୨୦୨୦ରେ ମେଷ ରାଶିର ବ୍ୟକ୍ତି ଶନିଙ୍କୁ ଡରିବାର ଆବଶ୍ୟକତା ନାହିଁ। ଆପଣଙ୍କ ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ରହିବ ନାହିଁ।

ବୃଷ ରାଶି : ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ସାଢ଼େସାତୀର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ରାଶି ସହିତ କୌଣସି ସମ୍ପର୍କ ମଧ୍ୟ ନାହିଁ।

ମିଥୁନ ରାଶି : ୨୦୨୦ରେ ମିଥୁନ ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଙ୍କ ସାଢ଼େସାତୀ ନାହିଁ।

କର୍କଟ ରାଶି: ୨୦୨୦ରେ କର୍କଟ ରାଶିର ଜାତକ ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ପଡ଼ିବ ନାହିଁ।

ସିଂହ ରାଶି: ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ମଧ୍ୟ ଶନିଙ୍କ ସାଢ଼େ ସାତୀର କୌଣସି ପ୍ରଭାବ ପଡ଼ିବ ନାହିଁ। ଏଥିପାଇଁ ଆପଣ ଭୟରୁ ଦୂରେଇ ରୁହନ୍ତୁ।

କନ୍ୟା ରାଶି: ୨୦୨୦ରେ କନ୍ୟା ରାଶିର ଜାତକ ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ପଡ଼ିବ ନାହିଁ।

ତୁଳା ରାଶି: ସେହିପରି ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ମଧ୍ୟ ଶନିଙ୍କ ସାଢ଼େସାତୀର କୌଣସି ପ୍ରଭାବ ପଡ଼ିବ ନାହିଁ।

ବିଛା ରାଶି: ୨୦୨୦ରେ ବିଛା ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଙ୍କ ସାଢ଼େସାତୀ ନାହିଁ।

ଧନୁ ରାଶି: ପୂର୍ବ ୮ଟି ରାଶିକୁ ଛାଡ଼ିଦେଲେ ୨୦୨୦ରେ ଧନୁ ରାଶିର ଜାତକରେ ଶନିଙ୍କ ସାଢ଼େସାତୀର ପ୍ରଭାବ ରହିବ। ଶନିଙ୍କ ସାଢ଼େ ସାତୀର ଆପଣଙ୍କ ଅନ୍ତିମ ଚରଣରେ ରହିଛି।

ମକର ରାଶି: ଶନିଙ୍କ ଗୋଚର ଆପଣଙ୍କ ରାଶିରେ ହିଁ ହେଉଛି। ଏଥିପାଇଁ ୨୦୨୦ରେ ଆପଣ ଶନିଙ୍କ ସାଢ଼େସାତୀର ଅନ୍ୟ ଚରଣରେ ରହିବ।

କୁମ୍ଭ ରାଶି: ୨୦୨୦ରେ ଆପଣଙ୍କ ସାଢ଼େସାତୀର ପ୍ରଥମ ଚରଣ ଆରମ୍ଭ ହେବାକୁ ଯାଉଛି ଯାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ କୁଣ୍ଡଳୀରେ ରହିବ।

ମୀନ ରାଶି:  ୨୦୨୦ରେ ମୀନ ରାଶିର କୁଣ୍ଡଳୀରେ ଶନିଙ୍କ ସାଢ଼େସାତୀ ନାହିଁ।

   ସମ୍ବନ୍ଧିତ ଖବର


ଆପଣଙ୍କ ଫୋନ କଲ୍ ରେକର୍ଡିଂ କିମ୍ବା ସର୍ଭିଲାନ୍ସରେ ନାହିଁ ତ? ଏଭଳି କରି ପାରିବେ ଚେକ୍

ପ୍ରତିଟି ବ୍ଲାକ୍‌ ହୋଲରେ ରହିଛି ଗୋଟିଏ ଲେଖାଏଁ ବ୍ରହ୍ମାଣ୍ଡ

Research : ଆପଣଙ୍କୁ ବି ଘାରିଛି କି ଅନଲାଇନ୍ ସପିଂର ନିଶା ? ହୋଇପାରେ ଏହି ଭୟଙ୍କର ରୋଗ

ବଲିଉଡରେ ଓଡ଼ିଆ ନିର୍ଦ୍ଦେଶିକାଙ୍କ କମାଲ୍ : ଦୀର୍ଘ ୧୫ ବର୍ଷର ଅନୁଭୂତି ବଖାଣିଲେ ଦେବମିତ୍ରା ବିଶ୍ବାଳ