PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ମମତା ବାନାର୍ଜୀଙ୍କୁ ଝଟ୍‌କା; ଶରଦ ପାଓ୍ବାରଙ୍କୁ ଭେଟିବା ପୂର୍ବରୁ ନବାବ ମଲିକ କହିଲେ, କଂଗ୍ରେସ ବିନା ବିରୋଧି ଶିବିର ସମ୍ଭବ ନୁହେଁ…

ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଛନ୍ତି । ମମତା ବାନାର୍ଜୀଙ୍କ ଏହି ଗସ୍ତ ପରେ ପୁଣି ଥରେ ବିଜେପି ବିରୋଧରେ ଥାର୍ଡ ଫ୍ରଣ୍ଟ ଉପରେ ଆଲୋଚନା ତୀବ୍ର ହୋଇଛି । ମୁମ୍ବାଇରେ ପହଞ୍ଚିଥିବା ମମତା ବାନାର୍ଜୀ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ । ଶରଦ ପାୱାରଙ୍କ ସହ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଏଭଳି ଆଲୋଚନା ଆରମ୍ଭ ହୋଇଛି ଯେ ମମତା ବାନାର୍ଜୀ ଆଞ୍ଚଳିକ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବାବେଳେ କଂଗ୍ରେସଠାରୁ ଦୂରରେ ରହିଛନ୍ତି ।

ମହାରାଷ୍ଟ୍ରର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନବାବ ମଲିକ ମଙ୍ଗଳବାର ଦିନ ନିଶ୍ଚିତ କରିଛନ୍ତି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅପରାହ୍ନରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ । ରିପୋର୍ଟ ଅନୁଯାୟୀ, ମଲିକ କହିଛନ୍ତି, ମମତା ଦିଦି ମହାରାଷ୍ଟ୍ର ଗସ୍ତରେ ଆସି ଆସନ୍ତାକାଲି ଅପରାହ୍ନ ୩ ଟାରେ ପାୱାର ସାହାଲଙ୍କୁ ଭେଟିବେ । ଏନସିପି ମୁଖ୍ୟଙ୍କୁ ଭେଟିବା ପରେ ସେ ଗଣମାଧ୍ୟମ ସହ କଥା ହେବେ ଏବଂ ସଭାର ବିବରଣୀ ଉପରେ କହିବେ ବୋଲି କହିଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ମଲିକ କହିଛନ୍ତି ଯେ ପ୍ରତ୍ୟେକ ଦଳର ଆଧାର ବିସ୍ତାର କରିବାକୁ ଚେଷ୍ଟା କରିବାର ଅଧିକାର ଅଛି, କିନ୍ତୁ କଂଗ୍ରେସକୁ ବାହାରେ ରଖି ବିଜେପିର ବିରୋଧୀଙ୍କୁ ଏକଜୁଟ କରିବା ଅସମ୍ଭବ । ମଲିକ କହିଛନ୍ତି ଯେ ଟିଏମସି ବେଙ୍ଗଲ ବାହାରେ ବିସ୍ତାର କରୁଛି ଏବଂ ଏହା ପ୍ରତ୍ୟେକ ରାଜନୈତିକ ଦଳର ଅଧିକାର । ତଥାପି, ଆମେ ବିଶ୍ୱାସ କରୁ ଯେ କଂଗ୍ରେସ ବ୍ୟତୀତ ଏକ ମିଳିତ ବିରୋଧୀ ଦଳ ସମ୍ଭବ ନୁହେଁ । ପାୱାର ସାହେବ ମଧ୍ୟ ଏହାକୁ ଅନେକ ଥର ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର