PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନ୍‌ରେ ହାରିଲା ଭାରତ; ଫେଲ୍‌ ମାରିଲେ ଓପନର

pic-indiatoday

ପାର୍ଲ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ ପ୍ରଥମ ମ୍ୟାଚ୍‌ରେ ଭାରତ ୩୫ ରନ୍‌ରେ ପରାସ୍ତ ହୋଇଛି। ବୋଲାଣ୍ଡ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ୨୯୬ ରନ୍ କରିଥିଲା। ୨୯୭ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୮ ୱିକେଟ୍ ହରାଇ ମାତ୍ର ୨୬୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଭରତ ପକ୍ଷରୁ ଓପନ ବ୍ୟାଟ୍ସମ୍ୟାନମାନେ ଖରାପ ପ୍ରଦର୍ଶନ କରିଥିଲେ।

ଶାର୍ଦ୍ଦୁଲ ଠାକୁର ଅର୍ଦ୍ଧଶତକ ମାରିଥିଲେ ବି ଟିମ୍‌କୁ ଜିତାଇ ପାରିନଥିଲେ। ଏପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରାସି ଭାନ୍ ଡର୍ ଡୁସେନ ହିରୋ ଓ କ୍ୟାପ୍ଟେନ୍ ତେମ୍ବା ବାଭୁମା ଟିମ୍ ପାଇଁ ସୁପର ହିରୋଇ ସାଜି ସିରିଜ୍‌ର ପ୍ରଥମ ମ୍ୟାଚ୍ ବିଜୟ କରାଇଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ବିଜୟ ସହ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି।

୨୯୭ ରନର ଟାର୍ଗେଟର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆର କ୍ୟାପଟେନ୍ ତଥା ଓପ୍ନର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ୍‌ ମାତ୍ର ୧୨ ରନ୍ କରି ଆଉଟ ହୋଇଥିଲେ। ଏହାପରେ କିଛି ସମୟ ପାଇଁ ଶିଖର ଧୱନ୍ ଓ ବିରାଟ୍ କୋହଲି ଦମଦାର ବ୍ୟାଟିଂ ଦେଖଇବାକୁ ମିଳିଥିଲା। ଦୁହେଁ ଅର୍ଦ୍ଦଶତକ ହାସଲ କରିବା ସହିତ ଟିମ୍‌ ପାଇଁ ୯୨ ରନ କରିଥିଲେ।ଏହାପରେ ଧୱନ୍ ଓ ବିରାଟ ମଧ୍ୟ ଆଉଟ୍ ହୋଇଯାଇଥିଲେ। ଧୱନ୍ ୮୪ ବଲରେ ୧୦ ଚୌକା ସହ ୭୯ ରନ୍ କରିଥିବା ବେଳେ କୋହଲି ୬୩ ବଲ୍ ଖେଳି ୩ ଚୌକା ସହ ୫୧ ରନ୍ କରିଥିଲେ।

ସେହିପରି ଋଷଭ ପନ୍ତ (୧୬), ଶ୍ରେୟସ ଆୟର୍ (୧୭), ଡେବ୍ୟୁଟାଣ୍ଟ ଭେଙ୍କଟେଶ ଆୟର୍ (୨), ରବିଚନ୍ଦ୍ରନ୍ ଅଶ୍ୱିନ୍ (୭) ଓ ଭୁବନେଶ୍ୱର କୁମାର କୁମାର (୪) ରନ୍ କରିଥିଲେ। ଶାର୍ଦ୍ଦୁଲ ଠାକୁର କିଛି ସମୟ ଭଳ ବ୍ୟାଟିଂ କରି ଟିମ୍‌କୁ ଜିତାଇବା ଆପ୍ରାଣେ ଚେଷ୍ଟା କରିଥିଲେ ବି ଟିମ୍ ଇଣ୍ଡିଆ ହାରିଯାଇଥିଲା। ୮ ୱିକେଟ୍ ଯାଇ ସାରଥିବା ବେଳେ ଶାର୍ଦ୍ଦୁଲ ଓ ଯଶପ୍ରୀତ ବୁମ୍ରା ଦୁହେଁ ମିଶି ୫୧ ରନ୍ କରିଥିଲେ। ଶାର୍ଦ୍ଦୁଲ ୪୩ ବଲ୍ ଖେଳି ୫ ଚୌକା ଓ ୧ ଛକା ସହ ଅପରାଜିତ ୫୦ ରନ୍ କରିଥଲେ। ଅନ୍ୟପଟେ ବୁମ୍ରା ୧୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ତବରେଜ ଶାମସୀ ଓ ଆଣ୍ଡିଲେ ଫେଲୁକୱାୟୋ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନ ଦମଦାର ଶତକ ହାସଲ କରିଥିଲେ। ବାଭୁମା ୧୧୦ ରନ୍ କରିଥିବା ବେଳେ ଡୁସେନ୍ ଦ୍ରୁତଗତିରେ ୧୨୯ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଉପଅଧିନାୟକ ବୁମ୍ରା ୨ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ଗୋଟିଏ ୱିକେଟ୍ ନେଇଥିଲେ।