ସୋମବାର ସେୟାର ମାର୍କେଟ୍ ଡାଉନ୍, ୬.୮୭ ଲକ୍ଷ କୋଟି କ୍ଷତି

ନୁଆଦିଲ୍ଲୀ ୯/୩: ସପ୍ତାହର ପ୍ରଥମ ଦିନରେ ସେୟାର ମାର୍କେଟ୍ ବହୁତ ନିରାଶଜନକ ରହିଛି । ଭାରତୀୟ ମାର୍କେଟରେ ଆଜି ପଏଣ୍ଟ ଦୃଷ୍ଟିରୁ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି । ବିଏସଇର ୩୦ ସେୟାର ବିଶିଷ୍ଟ ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ୧୯୪୨ ପଏଣ୍ଟ ଅଙ୍କ ପର୍ଯ୍ଯନ୍ତ ହ୍ରାସ ପାଇ ୩୫,୬୩୪.୯୫ ସ୍ତରରେ ବନ୍ଦ ହୋଇଥିବାବେଳେ ନିଫ୍ଟି ୫୩୮ ପଏଣ୍ଟ ଖସି ୧୦,୪୧୫.୫୦ ସ୍ତରରେ କ୍ଲୋଜ ହୋଇଥିଲା । ଡିସେମ୍ବର ୨୦୧୮ ପରଠୁ ନିଫ୍ଟିର ଏହା ସବୁଠାରୁ ନିମ୍ନ ସ୍ତର । ମେଟାଲ୍ ସେୟାର ମଧ୍ୟ ଆଜି ଦୁର୍ବଳ ପଡିଯାଇଥିଲା । ବଜାରରେ ହ୍ରାସ ଯୋଗୁଁ ଆଜି ନିବେଶକଙ୍କୁ ୬.୮୭ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ।

ସୂଚନାଯୋଗ୍ୟ ଦେଶରେ ୟେଶ୍ ବ୍ୟାଙ୍କର କାରବାର ବନ୍ଦ ହେବା ଯୋଗୁଁ ଏହାର ସିଧା ପ୍ରଭାବ ଭାରତୀୟ ମାର୍କେଟରେ ଦେଖିବାକୁ ମିଳୁଛି । ଅନ୍ୟପଟେ ତେଲ ରପ୍ତାନୀ ଦେଶମାନଙ୍କର ସଙ୍ଗଠନ ଓପେକରେ କରୋନା ଭାଇରସରୁ ଉପୁଜୁଥିବା ପରିସ୍ଥିତିର ମୁକାବିଲା ପାଇଁ ସହମତି ହୋଇପାରିନି ଫଳରେ ଅନ୍ତର୍ଜାତୀୟ ତେଲ ବଜାରରେ ପ୍ରାଇସ୍ ୱାର୍ ଆରମ୍ଭ ହେବା ଭୟ ସୃଷ୍ଟି ହୋଇଛି । ଏହା ଫଳରେ ତୈଳ ରପ୍ତାନୀ କରୁଥିବା ଦେଶମାନଙ୍କର ସେୟାର ମାର୍କେଟ ମଧ୍ୟ ଡାଉନ୍ ରହିଥିବା ଦେଖିବାକୁ ମିଳିଛି । କହିରଖୁଛୁ ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ଅର୍ଥନୀତି ପାଇଁ ଉତ୍ତମ କାରଣ ଦେଶ ନିଜ ଆବଶ୍ଯକତାର ୮୦ ପ୍ରତିଶତରୁ ଅଧିକ ତୈଳ ଆମଦାନୀ କରିଥାଏ । କିନ୍ତୁ ମାର୍କେଟ୍ ପାଇଁ ଏହି ଖବର ଭଲ ନୁହେଁ ।

ଏହି କମ୍ପାନୀର ସେୟାର ହ୍ରାସ ଯୋଗୁଁ ପଡିଛି ପ୍ରଭାବ
ମାରୁତି ସୁଜୁକି, ହିନ୍ଦୋସ୍ତାନ ୟୁନିଲିଭର, ନେସଲେ, ଏଚଡିଏଫସି ବ୍ୟାଙ୍କ, ବଜାଜ ଫାଇନାନ୍ସ ଓ ଟାଇଟନର ସେୟାରରେ ଭାରୀ ହ୍ରାସ ଦେଖିବାକୁ ମିଳିଛି ।

କରୋନା ପ୍ରଭାବ
ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୪୨ ଛୁଇଁଛି । କେରଳରେ ୫ ନୂଆ ମାମଲା ନଜର ଆସିଛି । ସାରା ବିଶ୍ୱରେ ନୂଆ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ପାର୍ ହୋଇଛି । ଇଟଲୀରେ ୧.୫ କୋଟି ଲୋକଙ୍କ ଟ୍ରାଭେଲ୍ ଉପରେ ବ୍ୟାନ୍ ଲାଗିଛି । ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୧୦୬,୮୯୩ ହୋଇଯାଇଛି । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩,୬୩୯ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଇଟଲୀରେ ସ୍କୁଲ, ଜିମ୍, ମ୍ୟୁଜିୟମ୍, ନାଇଟକ୍ଲବ ବନ୍ଦ କରିଦିଆଯାଇଛି । ଇଟଲୀରେ ମୃତ୍ୟୁ ସଂଖ୍ୟା ୩୬୬ ହୋଇଛି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଲକ୍ଷେ ଟଙ୍କାରେ ବିକ୍ରି ହେଉଥିବା iPhone 12 Proକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମାତ୍ର ୩୦ ହଜାର ଟଙ୍କା !

ଲଗାତର ତୃତୀୟ ଦିନ ହ୍ରାସ ପାଇଲା ସୁନା ଦାମ୍

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା