ସେୟାର ମାର୍କେଟ୍ ଡାଉନ୍, ସେନସେକ୍ସରେ ୨୦୦୦ ପଏଣ୍ଟରୁ ଅଧିକ ହ୍ରାସ

ନୂଆଦିଲ୍ଲୀ ୪/୫: ଆଜି ଦିନଟି ସେୟାର ମାର୍କେଟ୍ ପାଇଁ ବହୁତ ଖରାପ ସାବ୍ୟସ୍ତ ହେଲା । ସେୟାର ମାର୍କେଟ୍ ପୁରା ଡାଉନ୍ । ସକାଳୁ ହ୍ରାସ ସହିତ ମାର୍କେଟ୍ ଖୋଲିଥିଲା । ୨.୩୮ ମିନିଟ୍ ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅର୍ଥାତ୍ ବିଏସଇର ୩୦ ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ୨୦୦୦ ପଏଣ୍ଟର ବଡ ହ୍ରାସ ସହିତ ୩୧,୭୦୬ ରେ କାରବାର କରୁଥିଲା । ଅନ୍ୟ ମାର୍କେଟମାନଙ୍କ ଅବସ୍ଥା ମଧ୍ୟ ପ୍ରାୟ ସମାନ ଥିଲା ।  ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ୫୦ ସେୟାରରେ ଆଧାରିତ ସମ୍ବେଦୀ ସୂଚକାଙ୍କ ନିଫ୍ଟି ମଧ୍ୟ ୫୯୮ ପଏଣ୍ଟର ହ୍ରାସ ସହିତ ୯,୭୨୬ରେ କାରବାର କରୁଥିଲା ।

ରିଲାଏନ୍ସ ଜିଓରେ ନିବେଶ ଖବର ମଧ୍ୟ ହେଲା ବିଫଳ
ବିଶେଷଜ୍ଞଙ୍କ କହିବାନୁସାରେ ଆଜି ସକାଳେ ଖବର ଆସିଥିଲା କି ରିଲାଏନ୍ସ ଜିଓରେ ସିଲ୍ଭର ଲେକ୍ ନାମକ ଅନ୍ତର୍ଜାତୀୟ କମ୍ପାନୀ କୋଟି କୋଟି ଟଙ୍କା ନିବେଶ କରୁଛି । ଏହା ସତ୍ତ୍ୱେ ମାର୍କେଟର ଅବସ୍ଥା ସୁଧୁରିନଥିଲା । କହିରଖୁଛୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଦୂରସଞ୍ଚାର କାରବାର ଜିଓରେ ଫେସବୁକର ୪୩,୫୭୪ କୋଟି ଟଙ୍କା ନିବେଶ କରିବାର କିଛି ଦିନ ପରେ ସିଲଭର୍ ଲେକ ମଧ୍ୟ କମ୍ପାନୀରେ ୫,୬୫୫.୭୫ କୋଟି ଟଙ୍କା ନିବେଶ କରିବା ନେଇ ସୋମବାର ସହମତ ହୋଇଥିଲା । ବିଶ୍ୱର ସବୁଠାରୁ ବଡ ପ୍ରଦ୍ୟେଗିକି ନିବେଶକଙ୍କ ମଧ୍ୟରୁ ଗୋଟିଏ ସିଲଭର ଲେକ୍ ଜିଓ ପ୍ଲାଟଫର୍ମ୍ସରେ ୧.୧୫ ପ୍ରତିଶତ ଭାଗିଦାରୀ କିଣିବ । ଏହି ଡିଲ ପାଇଁ ସିଲଭର ଲେକ୍ ପ୍ରତି ସେୟାର ଫେସବୁକ ତୁଳନାରେ ୧୨.୫ ପ୍ରତିଶତ ପ୍ରିମିୟମ୍ ଦେବ ।

   ସମ୍ବନ୍ଧିତ ଖବର


ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

ଶସ୍ତା ହେଲା ସୁନା, ଆହୁରି ଖସିପାରେ…

ଦୀପାବଳିରେ ଆକାଶଛୁଆଁ ହୋଇ ପାରେ ପିଆଜ ଦର, ଜାଣନ୍ତୁ ଏହା ପଛର କାରଣ

ଜିଓର ପୁଣି ସେହି ପୂରୁଣା ଫର୍ମୁଲା: ଶସ୍ତାରେ ଆଣିବ ୫ଜି ଫୋନ୍, ଜାଣନ୍ତୁ ଦାମ୍ ଓ ପ୍ଲାନ୍ ସମ୍ପର୍କରେ…

ଖୁବଶୀଘ୍ର ୧,୦୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବ ଓଲା

ମାଗଣା ୱାଇଫାଇ ପାଇଁ ଝିଅର ନାଁ ରଖିଲେ ‘ଟ୍ୱିଫିଆ’, ୧୮ ବର୍ଷ ଧରି ମିଳିବ ଇଣ୍ଟରନେଟ୍ ସେବା