ସେୟାର ବଜାରରେ ହାହାକାର: ସେନସେକ୍ସ ୧୧୦୦ ପଏଣ୍ଟ ହ୍ରାସ୍, ନିଫ୍ଟି ମଧ୍ୟ ଖସିଲା

ମୁମ୍ବାଇ,୨୪।୯: ସେୟାର ବଜାରର ସ୍ଥିତି ପୁଣିଥରେ ମାର୍ଚ୍ଚ ମାସ ଭଳି ହୋଇଯାଇଛି। ଗତ କିଛି ଦିନ ସେୟାର ବଜାରରେ ଭଲ କାରବାର ହେଉଥିବାର ଦେଖିବାକୁ ମିଳିଥିଲା। ସପ୍ତାହର ୪ର୍ଥ କାରବାର ଦିନ  ଅର୍ଥାତ ଗୁରୁବାର ସେନସେକ୍ସ ୧୧୦୦ ପଏଣ୍ଟ ହ୍ରାସ ପାଇବା ସହିତ ୩୬,୫୫୦ ପଏଣ୍ଟ ସ୍ତରରେ ଆସିଯାଇଛି। ନିଫଟି କଥା ଯଦି ହେବା ତେବେ ୩୫୦ ପଏଣ୍ଟ ହ୍ରାସ ପାଇବା ସହ ୧୦,୮୦୦ ପଏଣ୍ଟ ହ୍ରାସ ପାଇଛି।

ବିଶ୍ବ ସ୍ତରରେ କରୋନା ଭାଇରସର ବୃଦ୍ଧି ପାଉଥିବା ମାମଲା ଓ ଭ୍ୟାକସିନକୁ ନେଇ କୌଣସି ଉପଯୁକ୍ତ ଉପାୟ ନହେବା କାରଣରୁ ନିବେଶକଙ୍କ ଭିତରେ ଚିନ୍ତା ରହିଛି। ଏଭଳି ସ୍ଥିତିରେ ନିବେଶକ ସତର୍କ ରହିଛନ୍ତି। ସେଭଳି ଘରୋଇ ବଜାରରେ ନିଜର ଲାଭ ମଧ୍ୟ ଦେଖୁଛନ୍ତି।

ବିଶ୍ବ ବଜାରରେ ମଜବୁତ ସ୍ଥିତିର ସଙ୍କେତ ମିଳିବା ପରେ ମଧ୍ୟ ଦେଶର ସେୟାର ବଜାର ଦୁର୍ବଳ ହେବା ଯୋଗୁଁ ବୁଧବାର ଲଗାତାର ପଞ୍ଚମ ଦିନ ହ୍ରାସ ଦେଖିବାକୁ ମିଳିଥିଲା। କାରବାର ଶେଷରେ ସେନସେକ୍ସ ୬୫.୬୬ ପଏଣ୍ଟ ଅର୍ଥାତ ୦.୧୭ ପ୍ରତିଶତ ହ୍ରାସ ସହିତ ୩୭,୬୬୮.୪୨ ପଏଣ୍ଟରେ ବନ୍ଦ ହୋଇଛି। ଏଭଳି ଭାବରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୧.୮୦ ପଏଣ୍ଟ ଅର୍ଥାତ ୦.୨୦ ପ୍ରତିଶତ ହ୍ରାସ ସହିତ ୧୧,୧୩୧.୮୫ ପଏଣ୍ଟରେ ବନ୍ଦ ହୋଇଥିଲା।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ବିଜ୍ଞାନ ବଳରେ ବଳୀୟାନ ମଣିଷ ଯମଙ୍କୁ କରିବ ପରାଜିତ

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ମାତ୍ର ୧ ଟଙ୍କାରେ କିଣି ପାରିବେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା, ଜାଣନ୍ତୁ…