କରୋନା ଟିକା ପାଇଁ ବଳିପଡିବେ ୫ ଲକ୍ଷ ସାର୍କ- ଜାଣନ୍ତୁ କାହିଁକି

ନ୍ୟୁୟର୍କ: କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଏବେ ଅନେକ ଦେଶରେ ଟୀକା ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରି ରହିଛି । ତେବେ ଏଭଳି ଟୀକା ପାଇଁ ଏକ ସାମୁଦ୍ରିକ ଜୀବର ଜୀବନ ପ୍ରତି ବିପଦ ଦେଖାଦେଇଛି । ଏହି ଜୀବଟି ହେଉଛି ସାର୍କ । କୁହାଯାଉଛି କି କରୋନା ଟୀକା ପ୍ରସ୍ତୁତି ପାଇଁ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯିବ ।

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଏକ ସଂସ୍ଥା ସାର୍କ ଆଲାଏଜ୍‌ ଦାବି କରିଛି ଯେ ସାର୍କଙ୍କ ଯକୃତରୁ ସ୍କ୍ୱାଲିନ୍‌ ନାମକ ଏକ ତୈଳ ମିଳିଥାଏ । ବିଭିନ୍ନ ପ୍ରକାର ଟୀକାର ପ୍ରଭାବ ବୃଦ୍ଧି କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଏବେ ଯେଉଁ କେତେକ କରୋନା ଟୀକା ବିକାଶ କରାଯାଉଛି, ସେଥିମଧ୍ୟରୁ କିଛି ଟୀକାରେ ଏହି ତୈଳର ଉପଯୋଗ କରାଯାଉଛି । ଏହା ସାର୍କମାନଙ୍କ ପ୍ରତି ବଡ଼ ବିପଦ ସୃଷ୍ଟି କରିବ ।

କାରଣ ସେଭଳି କିଛି ଟୀକା ଯଦି ପୂରା ବିଶ୍ୱରେ ବ୍ୟବହାର କରାଯିବ, ତାହାହେଲେ ଏହାଯୋଗୁ ପ୍ରାୟ ୨.୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯିବ । ଏତିକି ସଂଖ୍ୟକ ସାର୍କଙ୍କୁ ମାରିଲେ କରୋନା ଟୀକାର ମାତ୍ର ଗୋଟିଏ ଡୋଜ୍‌ ଜଣେ ବ୍ୟକ୍ତିକୁ ଦିଆଯାଇପାରିବ । କିନ୍ତୁ ଜଣେ ବ୍ୟକ୍ତିକୁ କରୋନା ମୁକ୍ତ ରଖିବାକୁ ହେଲେ ଅତି କମରେ ଟୀକାର ଦୁଇଟି ଡୋଜ୍‌ ଦରକାର ବୋଲି ଗବେଷକମାନେ କହୁଛନ୍ତି । ତେଣୁ ଏଥିପାଇଁ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯିବ  । ଉକ୍ତ ସଂସ୍ଥାର ପ୍ରମୁଖ  କରୋନା ଟୀକା ପ୍ରସ୍ତୁତି ପାଇଁ ସାର୍କଙ୍କ ଦେହରୁ ମିଳୁଥିବା ସ୍କ୍ୱାଲିନ ତେଲର ବ୍ୟବହାରକୁ ଜୋରଦାର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ସେ କରୋନା ଟୀକା ପ୍ରସ୍ତୁତିକୁ ବିରୋଧ କରନ୍ତି ନାହିଁ । ସେ କେବଳ ଏତିକି ଚାହାନ୍ତି କି ଏଥିପାଇଁ ଆବଶ୍ୟକ ହେଉଥିବା ସ୍କ୍ୱାଲିନ୍‌ ସାର୍କମାନଙ୍କ ଦେହରୁ ସଂଗ୍ରହ କରିବା ବଦଳରେ ଅନ୍ୟ କୌଣସି ସ୍ରୋତରୁ ସଂଗ୍ରହ କରାଯାଉ ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ