ମନ୍ଦିରରେ ପୂଜା କରିବା ବେଳେ ତଳେ ପଡି କଂଗ୍ରେସ ନେତା ଶଶି ଥରୁର ଆହତ

ଥିରୁଅନନ୍ତପୁରମ: ୧୫।୪:କଂଗ୍ରେସ ନେତା ଶଶି ଥରୁର ମନ୍ଦିରରେ ପୂଜା କରିବା ବେଳେ ତଳେ ପଡି ଗୁରୁତର ଆହତ ହୋଇଛନ୍ତି। କେରଳର ଥିରୁଅନନ୍ତପୁରମରେ ଥିବା ଏକ ମନ୍ଦିରରେ ଆଜି ସେ ତୁଳାଭରମ ପୂଜା କରୁଥିଲେ। ପୂଜା କରିବା ବେଳେ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାପରେ  ତୁରନ୍ତ ତାଙ୍କୁ ଜେନେରାଳ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଯେଉଁଠାରେ ତାଙ୍କ ମୁଣ୍ଡରେ ୬ଟି ସିଲେଇ କରିବାକୁ ପଡିଥିଲା। ଏବେ ତାଙ୍କର ସ୍ଥିତି ବିପଦ ବାହାରେ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ତୁଲାଭରମ ପୂଜା କେରଳର ଅଳ୍ପ କିଛି ମନ୍ଦିରରେ ହୋଇଥାଏ।ଏହି ପୂଜା ଅନୁସାରେ ନିଜ ଶରୀରର  ଓଜନର ଅନୁସାରେ ଫଳ ଓ ମିଠା ତରାଜୁରେ ତଉଲାଇ ତାକୁ ଦେବଦେବୀଙ୍କୁ ଅର୍ପଣ କରାଯାଏ। ଉଲ୍ଳେଖନୀୟ ଯେ, ଥରୁର ଏଥର ଥିରୁଅନନ୍ତପୁରମରୁ କଂଗ୍ରେସର ଳୋକସଭା ପ୍ରାର୍ଥୀ ରହିଛନ୍ତି। ଏହି ଆସନରୁ ୨ଥର ସେ କଂଗ୍ରେସର ସାଂସଦ ହୋଇସାରିଛନ୍ତି। ୨୦୦୯ରୁ ସେ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି।  

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…