ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ଅହମ୍ମଦାବାଦ- ଗୁଜୁରାଟର ରାଜଧାନୀ ଅହମ୍ମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ୨୯ ବର୍ଷିୟ ବୋହୁ ୫୨ ବର୍ଷୀୟ ଶାଶୁଙ୍କୁ କଳି କରିବା ପରେ ହତ୍ୟା କରିଛି । ଶାଶୁଙ୍କ ମୁଣ୍ଡକୁ ଏକ ଲୁହା ଛଡରେ ପିଟି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଅହମ୍ମଦାବାଦର ଗୋଟା ଅଞ୍ଚଳରେ ଏହି ଘଟଣା ଘଟିଛି । ଏଥିରେ ବୋହୁ ନିକିତା ଅଗ୍ରଓ୍ୱାଲ ଶାଶୁ ରେଖା ଆଘ୍ରଓ୍ୱାଲଙ୍କୁ ହତ୍ୟା କରିଛି । ନିକିତା ଏବଂ ରେଖାଙ୍କ ମଧ୍ୟ ଯୁକ୍ତି ତର୍କ ପରେ ଝଗଡା ହୋଇଥିଲା । ନିକିତା ୪ ମାସର ଗର୍ଭବତୀ ଥିଲେ । ତାଙ୍କ ଶଶ୍ୱୁରଙ୍କ ସହ ଶାରିରୀକ ସମ୍ପର୍କ ଥିବା ନେଇ ଶାଶୁ ଅଭିଯୋଗ କରିଥିଲା । ତାଙ୍କ ପୁଅର ଗ୍ରାନାଇଟ୍‌ ବ୍ୟବସାୟ ଥିବାରୁ ସେ ଅଧିକାଂଶ ସମୟ ବାହାରେ ରହୁଥିଲେ । ଅଭିଯୁକ୍ତାଙ୍କ ଶଶୁର କୋଭିଡ୍‌ ପଜେଟିଭ୍‌ ଜଣା ପଡିବା ପରେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଏହି ଦୁଇ ଜଣ ମହିଳା ଏକୁଟିଆ ଘରେ ଥିଲା । ଗର୍ଭସ୍ତ ଶିଶୁର ବାପା କିଏ ବୋଲି ଦୁଇ ଜଣଙ୍କର ଝଗଡା ଲାଗିଥିଲା।

ଗ୍ରାନାଇଟ୍‌ ବ୍ୟବସାୟ କରୁଥିବା ଦୀପକଙ୍କ ତାଙ୍କ ବାପା ଏବ ପଡୋଶୀଙ୍କ ଠାରୁ ଶାଶୁ ଏବଂ ବୋହୁଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଥିବା ଫୋନ୍‌ କଲା ପାଇଥିଲେ । ସେ ତାରୁନ୍ତ ଘରୁ ଫେରି ଘରର ଦୁଆ ବାଡେଇଥିଲେ । ହେଲେ କେହି ବି ଦୁଆର ଖୋଲି ନଥିଲେ ।

ସେ ତାଙ୍କ ସ୍ତ୍ରୀକୁ କଲ୍‌ କରିବାରୁ ବେଡ୍‌ରୁମ୍‌ ଭିତରୁ ସେ ଦୁଆର ବନ୍ଦ କରି ରହିଥିବା କଥା କହିଥିଲେ । ଦୀପକ ତାଙ୍କ ପଡୋଶୀ ଘରକୁ ଯାଇ ଘର ଭିତରକୁ ଦେଖିବା ପାଇଁ ଚାହିଁ ଥିଲେ । ହେଲେ ପରଦା ଯୋଗୁଅଁ ସେ କିଛି ଦେଖି ପାରି ନଥିଲେ । ପରେ ଏକ ସିଡି ଦେଇ ଦୀପକ ରୋଷେଇ ଘର ଝରକା ଦେଇ ଭିତରକୁ ପଶିଥିଲେ । ଘରେ ତାଙ୍କ ମାଆ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିଥିବା ସହ ତାଙ୍କ ମୁଣ୍ଡର ଦହି ବାହାରି ପଡିଥିବେ ଦେଖିବାକୁ ପାଇଥିଲେ । ସେ ସେଠାରୁ ପୋଲିସ୍‌କୁ କଲ୍‌ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତା ବୋହୁ ନିକିତାକୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…