PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଶାଶୂଙ୍କୁ ଖଣ୍ଡା ଓ କଟୁରିରେ ଆକ୍ରମଣ କଲେ ଜ୍ୱାଇଁ ଓ ସମୁଦି, ଡିସିପିଙ୍କ ଦ୍ୱାରସ୍ଥ ହେଲେ ବୋହୂ

ଭୁବନେଶ୍ୱର,୦୪/୦୩: ପାରିବାରିକ କଳହ ଯୋଗୁଁ ଜ୍ୱାଇଁ ଓ ସମୁଦି ମିଶି ଖଣ୍ଡା ଓ କଟୁରିରେ ଶାଶୂଙ୍କୁ ଆକ୍ରମଣ କରିଛନ୍ତି । ଏଭଳି ଘଟଣା ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଛି । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ମହିଳା ଜଣଙ୍କ ହେଲେ ତପସ୍ୱିନୀ ଦାସଙ୍କ ମା’ ମୀରା ଦାସ । ଏନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ତପସ୍ୱିନୀ ଡିସିପିଙ୍କ ଅଫିସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ସହର ବାସେଳିସାହିର ତପସ୍ୱିନୀ ଦାସ (୨୬) ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଚିତ୍ତରଞ୍ଜନ ଦାସ(୩୦)ଙ୍କୁ ୪ବର୍ଷ ତଳେ ବିବାହ କରିଥିଲେ । ବିବାହ ବେଳେ ଦାବି ମୁତାବକ ଯୌତୁକ ଦେଇଥିଲେ ତପସ୍ୱିନୀଙ୍କ ପରିବାର ଲୋକ । ପରେ ଅଧିକ ଯୌତୁକ ଆଣିବାକୁ ପରିବାର ଲୋକେ ତାଙ୍କ ଉପରେ ଚାପ ପକାଉଥିଲେ । ତେଣୁ ତପସ୍ୱିନୀଙ୍କ ମା’ ମୀରା ଝିଅକୁ ନିଜ ଘରକୁ ନେଇ ଯାଇଥିଲେ । ପରେ ବୁଝାମଣା ହୋଇ ତପସ୍ୱିନୀ ସ୍ୱାମୀଙ୍କ ପାଖକୁ ଫେରିଥିଲେ । ହେଲେ ଚିତ୍ତରଞ୍ଜନ ବାରମ୍ୱାର ତପସ୍ୱିନୀକୁ ଧମକଚମକ ଦେଉଥିଲେ । ଭୟ ପାଇ ତପସ୍ୱିନୀଙ୍କ ତାଙ୍କ ମା ମୀରାଙ୍କୁ ଗୌରୀ ନଗରସ୍ଥିତ ଘରକୁ ଡାକିଥିଲେ।

ଅଭିଯୋଗ ମୁତାବକ, ଗତକାଲି ସ୍ୱାମୀ ଚିତ୍ତରଞ୍ଜନ, ଶ୍ୱଶୁର ସୁରେନ୍ଦ୍ର ଏବଂ ଦେଢ଼ଶୁର ବିଶ୍ୱରଞ୍ଜନ ମିଶି ଗୌରୀନଗରସ୍ଥିତ ଘରୁ ତପସ୍ୱିନୀ ଓ ମୀରାଙ୍କୁ ତଡ଼ିଦେବା ଲାଗି ଯୋଜନା କରିଥିଲେ । ଏହାକୁ ବିରୋଧ କରିବାରୁ ମୀରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ମୀରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ତପସ୍ୱିନୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଡିସିପିଙ୍କ କାର୍ଯ୍ୟାଳୟରେ ଏନେଇ ଅଭିଯୋଗ ହୋଇଛି । ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତପସ୍ୱିନୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ତପସ୍ୱିନୀଙ୍କୁ ଆକ୍ରମଣ ଅଭିଯୋଗରେ ପୁରୀ ବାସେଳି ସାହି ଥାନା ପୁଲିସ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା ।