କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା: କହିଲେ, ବିଜେପି ଓ୍ବାନ ମ୍ୟାନ୍ ଶୋ, ଟୁ ମ୍ୟାନ୍ ଆର୍ମି

ନୂଆଦିଲ୍ଲୀ,୬।୪: ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଶନିବାର ଔପଚାରିକ ଭାବରେ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ଦୁଇଥର ଲୋକସଭା ସଦସ୍ୟ ରହିସାରିଛନ୍ତି। କୁହାଯାଉଛି ଯେ, କଂଗ୍ରେସ ଶତ୍ରୁଘ୍ନ ସିହ୍ନାଙ୍କ ପାଟନା ସାହେବ ରାଲିରେ ପ୍ରାର୍ଥୀ ହୋଇପାରନ୍ତି। ଶତ୍ରୁଘ୍ନ କଂଗ୍ରେସର ମହାସଚିବ କେସି ବେଣୁଗୋପାଳ ଓ ରଣଦୀପ ସୁରଜେଓ୍ବାଲଙ୍କ ଉପସ୍ଥିତିରେ ସଦସ୍ୟତା ଗ୍ରହଣ କରିଛନ୍ତି।କଂଗ୍ରେସରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ବିଜେପିର ପ୍ରତିଷ୍ଠା ଦିବସରେ ଦଳ ଛାଡୁଥିବାରୁ ମୁଁ ଦୁଃଖିତ।କଂଗ୍ରେସ ଯୋଗ ଦେବା ପରେ ଶତ୍ରୁଘ୍ନ ଯୋରଦାର ଭାବରେ ବିଜେପିକୁ ସମାଲୋଚନା କରିଛନ୍ତି। ସେ   ବିଜେପିକୁ ‘ଓ୍ବାନ୍ ମ୍ୟାନ୍ ଶୋ, ଟୁ ମ୍ୟାନ୍ ଆର୍ମି’ ବୋଲି କହିଛନ୍ତି।

କଂଗ୍ରେସରେ ଯୋଗଦେବା ପରେ ଶତ୍ରୁଘ୍ନ ତାଙ୍କର ପାରମ୍ପରିକ ଆସନ ବିହାର ପାଟନା ସାହିବ ଆସନରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଆଜି କଂଗ୍ରେସରେ ଯୋଗ ଦେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ନୋଟବନ୍ଦୀ ପ୍ରଚାର ପାଇଁ ମୋଦି ତାଙ୍କର ମା’ଙ୍କୁ ମଧ୍ୟ ଲାଇନରେ ଠିଆ କରାଯାଇଦେଲେ। କେବଳ ସେତିକି ନୁହେଁ ଏହି ସମୟରେ ଶତ୍ରୁଘ୍ନ ତାଙ୍କ ମନ ଭିତରେ ଥିବା ସମସ୍ତ ଅଭିଯୋଗକୁ ମଧ୍ୟ ବାହାର କରିଛନ୍ତି। ସେ କହିଛନ୍ତି ବିଜେପି ନିଜ ଦଳର ନେତାଙ୍କୁ କେବେ ବି ପ୍ରାଧାନ୍ୟ ଦେଉନାହିଁ। ପ୍ରଥମେ ଉପର ଆଡୁ କାଟିବା ଆରମ୍ଭ କରିଦିଆଯାଇଥିଲା।

ଅଟଳ ବିହାରୀ ବାଜପେୟୀ, ଜଶଓ୍ବନ୍ତ ସିଂହଙ୍କ ସହିତ କ’ଣ କଲେ, ଅରୁଣ ସୋରିଙ୍କ ସହିତ କ’ଣ ହେଲା, ଯଶଓ୍ବନ୍ତ ସିହ୍ନ ଏବଂ ମୂରଲୀ ମନୋହର ଯୋଶୀଙ୍କୁ କ’ଣ କରାଗଲା ତାହା ସମସ୍ତେ ଜାଣନ୍ତି। ଏଭଳି କାର୍ଯ୍ୟକଳାପ ପାଇଁ ଯଶଓ୍ବନ୍ତ ସିହ୍ନା ବିଜେପି ଛାଡିଦେଲେ। ଲାଲକୃଷ୍ଣ ଆଡଭାନୀ ବ୍ଲଗରେ ଲେଖିଲେ, ଭାବନ୍ତୁ ତାଙ୍କ ମନ ଭିତରେ କେତେ କଷ୍ଟ ହୋଇଥିବ? ବିଜେପି ନିଜର ବିରୋଧୀଙ୍କୁ ଶତ୍ରୁ ଭଳି ଦେଖୁଛି। ନୋଟବନ୍ଦୀ ବିଶ୍ବର ସବୁଠାରୁ ବଡ ଦୁର୍ନୀତି, ଏହାର ପ୍ରଭାବରେ ବହୁ ଲୋକଙ୍କର ଜୀବନ ଯାଇଛି। ଇନ୍ଦିରା ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନା କେବେ ଥିଲେ କିମ୍ବା ହେବେ ବୋଲି ସେ କହିଛନ୍ତି। ଜିଏସଟିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାୟ ନିଆଗଲାନି ବୋଲି ଶତ୍ରୁଘ୍ନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଲୋକତନ୍ତ୍ର ଏବେ ଧୀରେ ଧୀରେ ଏକଛତ୍ରବାଦରେ ପରିବର୍ତ୍ତନ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ସେ ବାରମ୍ବାର ମୋଦୀ ବିରୋଧୀ ମନ୍ତବ୍ୟ ଦେଉଥିଲେ ଏବଂ ମୋଦୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଥିଲେ । ବିଜେପିରୁ ତାଙ୍କୁ ଟିକେଟ ନ ମିଳିବାରୁ ଶେଷରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ