ନବରାତ୍ରିର ଶୁଭ ମୁହୂର୍ତ୍ତରେ କଂଗ୍ରେସରେ ମିଶିବି: ଶତ୍ରୁଘ୍ନ

source:www.amarujala.com
ନୁଆଦିଲ୍ଲୀ ୨୮/୩: ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର କଂଗ୍ରେସରେ ଯୋଗଦେଇଥାନ୍ତେ । କିନ୍ତୁ ଏବେ ସେ ଦଳରେ ମିଶିବେନି । ଏବେ ଶୁଣିବାକୁ ମିଳୁଛି ଯେ ସେ ନବରାତ୍ରିରେ କଂଗ୍ରେସରେ ସାମିଲ ହେବେ । ଏହା ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବିହାରର କଂଗ୍ରେସ ନେତାଙ୍କ ସହିତ ପାର୍ଟି ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । କୁହାଯାଉଛି ଯେ ବୈଠକରେ ଆସନକୁ ନେଇ ଅନେକ ଆଲୋଚନା ଚାଲିଲା ।
ବୈଠକ ଶେଷ ହେବାପରେ ବିହାର କଂଗ୍ରେସର ପ୍ରଭାରୀ ଶକ୍ତି ସିଂହ ଗୋହିଲ କହିଲେ ଯେ ଆସନକୁ ନେଇ ଆଲୋଚନା କରାଗଲା । କିନ୍ତୁ ଏବେ ସିହ୍ନାଙ୍କୁ ଦଳରେ ନିଆଯାଇନି । କିଛି ବିଳମ୍ବରେ ଘୋଷଣା କରାଯିବ । ତେବେ ସେ ନିଶ୍ଚୟ ଦଳରେ ସାମିଲ ହେବେ ଏବଂ ଷ୍ଟାର ପ୍ରଚାରକ ରୂପେ ପାର୍ଟିରେ ରହିବେ ।
Shakti Singh Gohil, Congress In-charge of Bihar: Shatrughan Sinha ji has decided that he will join Congress party and will work as our star leader and star campaigner. #LokSabhaElection2019 pic.twitter.com/hEX848aXhY
— ANI (@ANI) March 28, 2019
ତେବେ ସିହ୍ନା କହିଛନ୍ତି ଯେ ଆଜି ତାଙ୍କ ସାକ୍ଷାତ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ହୋଇଛି । ସେ ରାହୁଲଙ୍କୁ ଖୁବ୍ ପ୍ରଶଂସା କଲେ ଏବଂ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଆଶାୟୀ ଅଛନ୍ତି ବୋଲି କହିଲେ । କଂଗ୍ରେସ ଯୋଗଦେବା ନେଇ ସିହ୍ନା କହିଛନ୍ତି ଯେ ନବରାତ୍ରିର ଶୁଭ ମୁହୂର୍ତ୍ତରେ ସେ ପାର୍ଟି ଜଏନ୍ କରିବେ ଏବଂ ପାଟଳିପୁତ୍ରରୁ ହିଁ ନିର୍ବାଚନ ଲଢିବେ । ତେବେ ଚର୍ଚ୍ଚା ହେଉଛି ଯେ କଂଗ୍ରେସ ସହିତ ତାଙ୍କର ପାଟଳିପୁତ୍ରକୁ ନେଇ ଏକମତ ହୋଇପାରୁନି ତେଣୁ ଦଳରେ ଯୋଗଦେବା ବିଳମ୍ବ ହେଉଛି ।