PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସମାଜବାଦୀ ପାର୍ଟିରେ ଯୋଗଦେଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍, ଲକ୍ଷ୍ନୌରୁ ରାଜନାଥଙ୍କୁ ଦେବେ ଟକ୍କର

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କୁ ଏବେ ଲକ୍ଷ୍ନୌରେ ଟକ୍କର ଦେବାକୁ ଯାଉଛନ୍ତି ପୂର୍ବତନ ବିଜେପି ସାଂସଦ ତଥା କିଛି ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିବା ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍‌ ସିହ୍ନା। ଆଜି ପୁନମ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଯୋଗ ଦେବାର ୧ ଘଣ୍ଟା ପରେ ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ପୁନମ୍‌ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ। ସେ ଆସନ୍ତା ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ।

source: https://www.indiatoday.in

ଗତ ଏପ୍ରିଲ ୬ ତାରିଖରେ  ଶତ୍ରୁଘ୍ନ କଂଗ୍ରେସରେ ଯୋଗ ଦେଇଥିଲେ। ସେ ବିହାରର ପାଟନାସାହିବ୍‌ରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ପୁନମ ୧୯୬୮ରେ ମିସ୍ ୟଙ୍ଗ ଇଣ୍ଡିଆ ରହିସାରିଛନ୍ତି। ସେ ‘ଜୀଗରି ଦୋସ୍ତ’ ଏବଂ ‘ଦିଲ୍ ଦିଓ୍ବାନା’ ଫିଲ୍ମରେ କାମ କରିଥିଲେ। ପରେ ଶତ୍ରୁଘ୍ନ ସିହ୍ନାଙ୍କ ସହ ୧୯୭୩ରେ ‘ସବକ୍’ ଫିଲ୍ମରେ କାମ କରିଥିଲେ। ୧୯୮୦ରେ ଶତ୍ରୁଘ୍ନ ସିହ୍ନାଙ୍କୁ ପୁନମ ବିବାହ କରିଥିଲେ। ପୁନମଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ହେଉଛନ୍ତି ତାଙ୍କ ଝିଅ। ପିଲାଙ୍କ ଯତ୍ନ ନେବା ପାଇଁ ପୁନମ ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ। ଦୀର୍ଘ ୩୦ ବର୍ଷ  ପରେ ସେ ୨୦୦୮ରେ ’ଯୋଦ୍ଧା ଆକବର’ ଫିଲ୍ମରେ ଆକବରଙ୍କ ମା ମଲିକା ହମିଦା ବାନୁ ଭୂମିକାରେ ଅଭିନୟ କରିଥିଲେ ପୁନମ୍।

ସମ୍ବନ୍ଧିତ ଖବର