ବାତ୍ୟା ପାଇଁ ଲୋକେ ଭୟଭୀତ: ନିଶା ସ୍ପ୍ରେ କରି ନେଇଗଲେ ୧୮ ମେଣ୍ଢା


ବାଲିପାଟଣା,୧୯ା୫ (ଆପ୍ର): ସୋମବାର ରାତିରେ କିଛି ଦୁର୍ବୃତ୍ତ ଗାଡ଼ି ଲଗାଇ ବାଲିପାଟଣା ଥାନା ଅନ୍ତର୍ଗତ ବିଶୁନିଆଁପଡା ଗ୍ରାମର ପ୍ରଫୁଲ୍ଲ ପରିଡାଙ୍କର ୮ ଟା, ହରିଶ୍ଚନ୍ଦ୍ର ପରିଡାଙ୍କର ୫ଟା ଓ ବୋଧଖଣ୍ଡି ଗ୍ରାମର ବାବାଜି ମାଟିଆଙ୍କର ୫ଟି ଏହିପରି ମୋଟ ୧୮ ଟି ଛେଳି ଓ ମେଣ୍ଢା ଚୋରାଇ ନେଇଛନ୍ତି । ସେମାନେ ପ୍ରଥମେ ଗୁହାଳରେ ପଶିଥିଲେ । ପଶୁମାନେ ଯେପରି ଶବ୍ଦ କରିନପାରିବେ ସେଥିପାଇଁ ସେମାନଙ୍କ ମୁହଁରେ ନିଶା ଦ୍ରବ୍ୟ ସ୍ପ୍ରେ କରିଥିଲେ । ପଶୁଗୁଡିକ ନିସ୍ତେଜ ହୋଇ ପଡିବାରୁ ଗାଡ଼ିରେ ଉଠାଇ ନେଇଥିଲେ ।

ବାରମ୍ବାର ଏପରି ଚୋରି ହେଉଥିଲେ ମଧ୍ୟ ପୋଲିସ ଲୋକମାନଙ୍କୁ ଚୋର ଧରିବାରେ ଭରସା ଦେଇପାରୁ ନାହିଁ । ତେଣୁ ଚଷୀମାନେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ବାଲିପାଟଣା ଓ ଏହାର ଆଖ ପାଖରେ ଦୀର୍ଘ ୬ ମାସ ହେବ ଛେଳି ଓ ମେଣ୍ଢା ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଚୋରମାନେ ଖଣ୍ଡା, ବନ୍ଧୁକ ମୁଣ୍ଡରେ ଲଗାଇ ଶହଶହ ଛେଳି ମେଣ୍ଢା ଚୋରେଇ ନେଉଥିବା ବେଳେ ଲକ୍‌ଡାଉନ୍‌ ଓ କର୍ମଚରୀ ଅଭାବ ବାହାନାର ଆଳ ଦେଖାଇ ହାତ ଟେକି ଦେଇଛି ବାଲିପାଟଣା ପୋଲିସ । ଗୃହପାଳିତ ପଶୁ ପାଳିବାକୁ ଚଷୀମାନେ ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଗୋଟିଏ ପରେ ଗୋଟିଏ ଚଷୀଙ୍କର ଛେଳି ମେଣ୍ଢା ଚୋରି ଯିବାରେ ଲାଗିଥିବା ବେଳେ ଜଣକୁ ବି ପୋଲିସ ଧରିବାରେ ସକ୍ଷମ ହୋଇ ନାହିଁ ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..