ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶୀତଲ୍‌

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣପୁରର ଝିଅ ଶୀତଲ ସାହୁ କୃତିତ୍ୱ ହାସଲ କରଛିନ୍ତ ।ଇଷ୍ଟ୍‌ଜୋନ୍‌ ପାଇଁ କୋଲକାତାରେ ଅନୁଷ୍ଠତି ପ୍ରତିଯୋଗିତାରୁ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ମନୋନୀତ ହୋଇଛନ୍ତି । ପ୍ରତିଯୋଗିତାରେ ପରବର୍ତ୍ତୀ ରାଉଣ୍ଡ୍‌ ସମସ୍ତ ରାଜ୍ୟର ଜଣେ ଲେଖାଏଁ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବାବେଳେ ଶୀତଲ ଉକ୍ତ ରାଉଣ୍ଡ୍‌କୁ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

ମୁମ୍ବାଇର ଏକ ବେସରକାରୀ କମ୍ପାନିରେ ଚାକିରି କରୁଥିବା ଶୀତଲଙ୍କ ପିଲା ଦିନ ଗୁଣପୁରରେ କଟିଥିବାବେଳେ ମାଟ୍ରିକ୍‌ ପର୍ଯ୍ୟନ୍ତ ସେ ଗୁଣପୁର ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ିଛନ୍ତି । ପରେ ବୁର୍ଲାରେ ଆଇଟିରେ ବି-ଟେକ୍‌ ପାଠ୍ୟକ୍ରମ ଶେଷ କରିବା ପରେ ମୁମ୍ବାଇରେ ଚାକିରି ପାଇଥିଲେ । ଶୀତଲଙ୍କ ବାପା ଜୀବନ ସାହୁ ବୃତ୍ତିରେ ଜଣେ ଠିକାଦାର ହୋଇଥିବାବେଳେ ମାଆ ସ୍ୱପ୍ନାରାଣୀ ଅଧିକାରୀ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି । ନିକଟରେ ଏଫ୍‌ବିବି କଲର୍ସ ମିସ୍‌ ଇଣ୍ଡିଆ-୨୦୧୯ର ଅଡିସନ୍‌ରେ ଓଡ଼ିଶାରୁ ୩ଜଣ ପ୍ରତିଯୋଗୀ କୋଲାକାତା ରାଉଣ୍ଡ୍‌କୁ ମନୋନୀତ ହୋଇଥିଲେ ।

ସେମାନଙ୍କ ଭିତରେ ତମନ୍ନା ବ୍ୟାସ୍‌ ପ୍ରଥମ, ଶୀତଲ ସାହୁ ଦ୍ୱିତୀୟ ଓ ଅରୂପା ରଥ ତୃତୀୟ ସ୍ଥାନରେ ରହିଥିଲେ । ଗତ ୨୩ରେ କୋଲାକାତା ୱିଷ୍ଟନ୍‌ରେ ଇଷ୍ଟ୍‌ଜୋନାଲ୍‌ କ୍ରାଉନିଂ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଇଷ୍ଟ୍‌ଜୋନ୍‌ର ୫ଟି ରାଜ୍ୟରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ । ସେଥିରେ ଭଲ ପ୍ରଦର୍ଶନ କରି ପରବର୍ତ୍ତୀକୁ ଓଡ଼ିଶା ଶୀତଲ ମନୋନୀତ ହୋଇଛନ୍ତି ।
୨୮ରେ

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ