୭ ଦିନିଆ କ୍ୱାରେଣ୍ଟାଇନରେ ୱାଟସନ୍

ଦୁବାଇ, ୨୫/୦୮: ଅଷ୍ଟ୍ରେଲିଆର ପ୍ରଥମ ଖେଳାଳି ଭାବେ ସେନ୍‌ ୱାଟସନ୍‌ ଆସି ୟୁଏଇରେ ପହଞ୍ଚି ସାରିଛନ୍ତ । ସେ ଏବେ ୭ ଦିନିଆ କ୍ୱାରେଣ୍ଟାଇନରେ ରହିଥିବା ସୋସିଆଲ ମିଡିଆରେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌ସ ଗତ ୨୧ ତାରିଖରେ ମୁମ୍ବାଇରୁ ୟୁଏଇ ଯାତ୍ରା କରିଥିଲା । ୱାଟସନ୍‌ ବି ସେହିଦିନ ଆସି ୟୁଏଇରେ ପହଞ୍ଚିଥିଲେ । ସେବେଠୁ ସେ କ୍ୱାରେଣ୍ଟାଇନରେ ରହିଛନ୍ତି ।

ତାଙ୍କର ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ପରୀକ୍ଷା ଶେଷ ହୋଇଛି । ସେ ସାଥୀ ଖେଳାଳିଙ୍କୁ ଭେଟିବା ନେଇ ବେଶ୍‌ ବ୍ୟାକୁଳ ଥିବା କହିଛନ୍ତି। ବିସିସିଆଇ କୋଭିଡ୍‌ ନିୟମ ଅନୁସାରେ, ଖେଳାଳିମାନେ କ୍ୱାରେଣ୍ଟାଇନରେ ରହିବା ସମୟରେ ନିଜ କୋଠରୀରୁ ବାହାରିବେ ନାହିଁ ।

ଅତି ବେଶିରେ ବାଲକୋନିକୁ ବାହାରି ପାରିବେ ଏବଂ ପରସ୍ପର ସହ ଫିଟନେସ୍‌ ସଂପର୍କରେ ବାର୍ତ୍ତାଳାପ କରି ପାରିବେ । ୱାଟସନ୍‌ କହିଛନ୍ତି, ନିଜ କୋଠରୀରେ କିଛି ଫିଟ୍‌ନେସ ଟ୍ରେନିଂ କରୁଛି । ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତ ହେଉଛି । ଏଠାକୁ ଆସି ଆଇପିଏଲ୍‌ର ଆଉ ଏକ ସିଜନର ଯାତ୍ରା ପାଇଁ ବେଶ୍‌ ଉତ୍ସାହିତ ରହିଛି ।

   ସମ୍ବନ୍ଧିତ ଖବର


ରାଞ୍ଚି କ୍ରିକେଟର ଭୀଷ୍ମ ପିତାମହ ଦେବଲ ସହାୟଙ୍କ ପରଲୋକ, ଥିଲେ ଧୋନିଙ୍କ ମେଣ୍ଟର

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

କରୋନା : ସମସ୍ତଙ୍କ ଓଠରେ ଏବେ ହସ ଫୁଟିବା ସମୟ ଆସିଗଲା ! ଅକ୍ସଫର୍ଡ ବୈଜ୍ଞାନିକଙ୍କ ସୂଚନା