PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

‘ଆସିଥିଲି ହିରୋଇନ୍‌ ହେବାକୁ, ହୋଇଗଲି ଆଡଲ୍ଟ କଣ୍ଟେନ୍ଟ କ୍ରିଏଟର’ : ଭିଡ଼ିଓରେ ଶୁଣନ୍ତୁ କାହା ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଶର୍ଲିନ

ମୁମ୍ବାଇ ୨୩।୧ : ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ ଯୌନ ଶୋଷଣ ଅଭିଯୋଗରେ କ୍ରମାଗତ ଚର୍ଚ୍ଚାରେ ରହିଥାନ୍ତି। ଶେଷରେ ସାଜିଦ ଖାନଙ୍କ ନାଁରେ ଅଭିନେତ୍ରୀ ତଥା ମଡେଲ ଶର୍ଲିନ ଚୋପ୍ରା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ହେତୁ ବଲିଉଡରେ ମିଠୁ ପ୍ରସଙ୍ଗ ପୁଣି ଥରେ ଗରମ ହୋଇଛି। ବର୍ତ୍ତମାନ ଶର୍ଲିନ୍ ଚୋପ୍ରା ଏହି ପ୍ରସଙ୍ଗରେ କହିଛନ୍ତି ଯେ, ବଲିଉଡରେ ତାଙ୍କୁ ଜଣେ ଆଡଲ୍ଟ କଣ୍ଟେନ୍ଟ କ୍ରିଏଟର କରି ଦିଆଯାଇଛି।

ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଶର୍ଲିନ ବର୍ତ୍ତମାନ ପୂରା ବଲିଉଡ ଇଣ୍ଡଷ୍ଟ୍ରି ଉପରେ ହମଲା କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ‘ହିରୋଇନ୍ ହେବାକୁ ଆସିଥିଲି…. ଆଉ ହୋଇଗଲି ଆଡଲ୍ଟ କଣ୍ଟେନ୍ଟ କ୍ରିଏଟର… ଏହାର ପୂରା ଶ୍ରେୟ ମୁଁ ବଲିଉଡକୁ ଦେଉଛି। ଏହି ଟ୍ୱିଟ୍ ସହିତ ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସାଜିଦ ଖାନଙ୍କୁ ନେଇ ନିଜ କଥା କହୁଥିବାର ନଜର ଆସିଛନ୍ତି।

ଶର୍ଲିନ୍ କହିଛନ୍ତି, ‘ଅନେକ ଲୋକ ମୋତେ ପଚାରୁଛନ୍ତି କି, ୨୦୦୫ରେ ମୋ ସହିତ ଏପରି ଘଟଣା ଘଟିଥିଲା, ତେବେ ମୁଁ ୨୦୨୧ରେ କାହିଁକି ଏହି ପ୍ରସଙ୍ଗ ଉଠାଉଛି ? ମୁଁ ଏହି ପ୍ରସଙ୍ଗରେ କହିବାକୁ ଚାହେଁ ଯେ, ୨୦୦୫ରେ ମୋ ବାପାଙ୍କର ମୃତ୍ୟୁ ହୋଇଥିଲା ଏବଂ ମୁଁ ଜଣେ ନବାଗତ ଥିଲି। ଏପରି ପରିସ୍ଥିତିରେ, ଏହି ସମସ୍ୟାକୁ ଲୋକଙ୍କ ସାମ୍ନାରେ ରଖିବା କିମ୍ବା ଏକ ରିପୋର୍ଟ ଲେଖିବା ମୋ ପକ୍ଷେ ସହଜ ନଥିଲା।

ଯେତେବେଳେ କିଛି ବର୍ଷ ପୂର୍ବେ ମୁଁ MeToo ବିଷୟରେ ଜାଣିବାକୁ ପାଇଲି ଯେ କେବଳ ମୁଁ ନୁହେଁ ଅନେକ ମହିଳା ଯୌନ ଶୋଷଣର ଶିକାର ହୋଇଥିଲେ, ତେଣୁ ମୁଁ ଭାବିଲି ଏହାକୁ ନେଇ ମୁହଁ ଖୋଲିବା ଠିକ୍ ହେବ। ବର୍ତ୍ତମାନ ମୁଁ କେବଳ ଏହି ପ୍ରସଙ୍ଗ ଏଥିପାଇଁ ଉଠାଇଛି, କାରଣ ଆଗକୁ କୌଣସି ମହିଳାଙ୍କର ବଲିଉଡରେ ଯୌନ ଶୋଷଣ ନହେଉ। କାହାର ଫାଇଦ ନଉଠାଯାଉ, ଖାସ୍‌କରି ସେହି ମହିଳାମାନଙ୍କର ଯେଉଁମାନେ ଛୋଟ ସହରରୁ ବଡ଼ ବଡ଼ ସ୍ବପ୍ନ ନେଇ ଆସୁଛନ୍ତି।